21.1 C
Bhubaneswar
Thursday, January 23, 2025
Homeଖେଳମହିଳା ପ୍ରିମିୟର୍ ଲିଗ୍‌; ହରମନ୍‌ପ୍ରୀତ୍ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟିକା

ମହିଳା ପ୍ରିମିୟର୍ ଲିଗ୍‌; ହରମନ୍‌ପ୍ରୀତ୍ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟିକା

ମୁମ୍ବାଇ: ଆସନ୍ତା ଶନିବାରଠାରୁ ଆରମ୍ଭ ହେଉଥିବା ମହିଳା ପ୍ରିମିୟର୍ ଲିଗ୍ (ଡବ୍‌ଲ୍ୟୁପିଏଲ୍‌)ର ପ୍ରଥମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜିର ନେତୃତ୍ୱ ନେବେ ହରମନ୍‌ପ୍ରୀତ୍ କୌର୍ । ଭାରତୀୟ ମହିଳା ଦଳର ଏହି ଅଧିନାୟିକାଙ୍କୁ ଗତ ୧୩ ତାରିଖରେ ଅନୁଷ୍ଠିତ ଅକ୍ସନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୧.୮ କୋଟି ଟଙ୍କାରେ ନିଜ ଟିମ୍‌ରେ ସାମିଲ୍ କରିଥିଲା । ଗତ ଆଇସିସି ଟି-୨୦ ବିଶ୍ୱକପ୍‌ରେ ୧୫୦ତମ ଅନ୍ତର୍ଜାତୀୟ ଟି-୨୦ ଖେଳିଥିବା ହରମନ୍‌ପ୍ରୀତ୍ ୨୦ ବର୍ଷ ବୟସରେ ଡେବ୍ୟୁ କରିବା ପରେ ଭାରତୀୟ ମହିଳା ଦଳର ବ୍ୟାଟିଂ ଲାଇନ୍‌ର ମେରୁଦଣ୍ଡ ଭାବେ କାର୍ଯ୍ୟ କରିଆସିଛନ୍ତି । ହରମନ୍‌ପ୍ରୀତ୍‌ଙ୍କ ନାମରେ ମହିଳା ବିଶ୍ୱକପ୍ ନକ୍‌ଆଉଟ୍ ପର୍ଯ୍ୟାୟରେ ସର୍ବାଧିକ ସ୍କୋର୍‌ର ରେକର୍ଡ ରହିଛି । ଯାହାକି ସେ ଗତ ୨୦୧୭ ଦିନିକିଆ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ହାସଲ କରିଥିଲେ । ଉକ୍ତ ମ୍ୟାଚ୍‌ରେ ହରମନ୍‌ପ୍ରୀତ୍ ୧୭୧ ରନ୍ କରି ଅପରାଜିତ ଥିଲେ । ସେହିପରି ହରମନ୍‌ପ୍ରୀତ୍ ପ୍ରଥମ ଭାରତୀୟ କ୍ରିକେଟର୍ ଭାବେ ବିଶ୍ୱର ଅନ୍ୟ କୋଣରେ ଅନୁଷ୍ଠିତ ଟି-୨୦ ଲିଗ୍‌ରେ ଖେଳିବାର ଗୌରବ ମଧ୍ୟ ହାସଲ କରିଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଉଥିବା ଚାର୍ଲଟ୍ ଏଡ୍‌ୱାର୍ଡ୍ସଙ୍କ ବିପକ୍ଷରେ ଖେଳିବା ସହ ବୋଲିଂ କୋଚ୍ ତଥା ମେଣ୍ଟର୍ ଝୁଲନ୍ କୋଚ୍‌ଙ୍କ ଅଧିନାୟିକା ମଧ୍ୟ ରହିସାରିଛନ୍ତି । ହରମନ୍‌ପ୍ରୀତ୍‌ଙ୍କୁ ଅଧିନାୟିକା ଭାବେ ନିଯୁକ୍ତି ଦିଆଯିବା ପରେ ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଜାରି ବିବୃତିରେ ଫ୍ରାଞ୍ଚାଇଜି ମାଲିକାଣୀ ନୀତା ଅମ୍ବାନୀ କହିଛନ୍ତି ଯେ ପ୍ରଥମ ମୁମ୍ବାଇ ଇଣ୍ଡିଆନ୍ସର ମହିଳା କ୍ରିକେଟ୍ ଟିମ୍‌ର ଅଧିନାୟିକା ଭାବେ ହରମନ୍‌ପ୍ରୀତ୍‌ଙ୍କୁ ଚୟନ କରାଯିବା ଆମ ପାଇଁ ଗୌରବର ବିଷୟ । ଭାରତୀୟ ମହିଳା ଦଳର ନେତୃତ୍ୱ ନେଇ ସେ ଏକାଧିକ ଚମତ୍କାର ବିଜୟ ଅର୍ଜନ କରିବାରେ ସକ୍ଷମ ହୋଇଥିବାରୁ ଚାର୍ଲଟ୍ ଓ ଝୁଲନ୍‌ଙ୍କ ସହଯୋଗ କ୍ରମେ ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଖେଳାଳିମାନଙ୍କୁ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇ ଦେଇପାରିବେ । ସେ ମଧ୍ୟ ମହିଳା କ୍ରିକେଟ୍ ପାଇଁ ଆହୁରି ଅଧିକ ଗୌରବମୟ ମୁହୂର୍ତ୍ତ ସୃଷ୍ଟି କରିପାରିବେ ବୋଲି ଶ୍ରୀମତୀ ଅମ୍ବାନୀ ଆଶା ପ୍ରକାଶ କରିଛନ୍ତି । ଏଥିସହ ସେ ମୁମ୍ବାଇ ଇଣ୍ଡିଆନ୍ସର ମହିଳା ଦଳକୁ ଡବ୍‌ଲ୍ୟୁପିଏଲ୍‌ର ପ୍ରଥମ ସଂସ୍କରଣରେ ସଫଳତା ପାଇଁ ଶୁଭକାମନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking