26.1 C
Bhubaneswar
Saturday, September 21, 2024
Homeଓଡିଶାମହାନଦୀରେ ୫୦ କିମି ଭାସି ଆସିଲେ ମହିଳା

ମହାନଦୀରେ ୫୦ କିମି ଭାସି ଆସିଲେ ମହିଳା

ଝାରସୁଗୁଡ଼ା: କଥାରେ ଅଛି  ରଖେ ହରି ତ ମାରେ କିଏ ।  ଗୁରୁବାର ସକାଳୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ମହାନଦୀରେ ୪ ବର୍ଷପରେ ପୁଣି ସମାନ ଘଟଣା ଘଟିଛି । ୫୦ କିଲୋମିଟର ଭାସିବା ପରେ ଛତିଶଗଡ଼ର ସରୋଜିନୀ ରଣବୀର ନାମକ ଜଣେ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ସରୋଜିନୀ ରଣବୀରଙ୍କ  ଘର ଛତିଶଗଡ଼ ରାୟଗଡା ଜିଲ୍ଲା ପୁସୋର ଥାନା ଅଧିନ ପୁରଥ ଗ୍ରାମର ବୋଲି ଜଣାପଡ଼ିଛି । ସେ ସ୍ୱାମୀ ପରିତ୍ୟକ୍ତା ହୋଇଥିବା ବେଳେ ନିଜ ବାପ ଘରେ ରହୁଥିଲେ । ତାଙ୍କ ମାନସିକ ଅବସ୍ଥା ଠିକ୍‌ରହୁ ନ ଥିବାରୁ ପରିବାର ଲୋକେ ତାଙ୍କ ଗୋଡ଼ରେ ବେଡ଼ି ପକାଇ ରଖୁଥିଲେ । ମାତ୍ର ଗତକାଲି କୌଣସି ପ୍ରକାରେ ସେ ଘରୁ ଖସି ଆସି ନିକଟସ୍ଥ ମହାନଦୀ ନିକଟକୁ ଚାଲି ଆସିଥିଲେ । ସେଠାରେ ସେ ପାଣିକୁ ଖସି ପଡ଼ିଥିଲେ ।ଏବେ ବନ୍ୟା ଜଳ ଯୋଗୁ ମହାନଦୀ ଫୁଲିଥିବା ବେଳେ ପାଣିର ସ୍ରୋତ ବି ପ୍ରଖର ରହିଛି । ଏହାସତ୍ତ୍ୱେ ମହିଳାଜଣକ ଗତକାଲିଠୁ ପାଦରେ ବେଡି ପଡ଼ିଥିବା ଅବସ୍ଥାରେ ଭାସି ଭାସି ଆଜି ଝାରସୁଗୁଡ଼ା ପଲସଦାରେ ଲାଗିଥିଲେ ।
ମତ୍ସ୍ୟଜୀବୀମାନେ ମାଛ ମାରିବା ନିମନ୍ତେ ମହାନଦୀକୁ ଯାଇଥିବା ବେଳେ ସେଠାରେ ଜଣେ ମହିଳା ଭାସୁଥିବା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ । ତୁରନ୍ତ ତାଙ୍କୁ କୂଳକୁ ଅଣାଯାଇ ପଲସଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାଯାଇଛି ।
ଏହାପରେ ତାଙ୍କୁ ରେଙ୍ଗାଲି ଥାନାକୁ ନିଆଯାଇଥିଲା । ସେଠାରେ ପୁଲିସ୍ ତାଙ୍କ ଠିକଣା ବୁଝି ଛତିଶଗଡ଼ରେ ଥିବା ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା ।  ଖବର ଲେଖା ହେବା ସୁଦ୍ଧା ମହିଳାଙ୍କ ଭାଇ ନିଜ ଭଉଣୀକୁ ନେବା ପାଇଁ ରେଙ୍ଗାଲି ଅଭିମୁଖେ ଆସୁଥିବା ଜଣାଯାଇଛି ।
୪ ବର୍ଷ ତଳେ ୨୦୨୦ ମସିହାରେ ଏଭଳି ଏକ ଘଟଣା ଘଟିଥିଲା । ସୋନି ଯାଦବ ନାମକ ଜଣେ ଯୁବତୀ ଛତିଶଗଡ଼ରୁ ମହାନଦୀରେ ଭାସି ଆସି ପ୍ରାୟ ୬୦ କିଲୋମିଟର ଭାସି ଆସିବା ପରେ ସୀମାବର୍ତ୍ତୀ କୁସୁମେଲଠାରୁ ଉଦ୍ଧାର ହୋଇଥିଲେ । ସୋନିକୁ ଝିଅ ଭାବେ ତତ୍କାଳୀନ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଗ୍ରହଣ କରିଥିଲେ । ପରେ ସେ ତାଙ୍କର ବିବାହ କରାଇ କନ୍ୟାଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking