କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ବର୍ତ୍ତମାନ କଂଗ୍ରେସ ଶୂନ୍ୟ ହୋଇପଡିଛି । ସୋମବାର କଂଗ୍ରେସର ଏକମାତ୍ର ବିଧାୟକ ବାଇରନ୍ ବିଶ୍ୱାସ କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ଯୋଗଦେଇଥିବା ଜଣାପଡିଛି । ଆଜକୁ ତିନିମାସ ପୂର୍ବେ ଅନୁଷ୍ଠିତ ଉପନିର୍ବାଚନରେ ବାଇରନ୍ ସାଗରଡିହି ଆସନରୁ କଂଗ୍ରେସ ପ୍ରାର୍ଥୀଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ଉପନିର୍ବାଚନରେ ବିଜୟୀ ହେବାରେ କଂଗ୍ରେସର କୌଣସି ଭୂମିକା ନଥିଲା ବୋଲି ବାଇରନ୍ କହିଛନ୍ତି । ଟିଏମ୍ସି ସାଧାରଣ ସମ୍ପାଦକ ତଥା ଡାଏମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀ ବାଇରନ୍ଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ।