29.4 C
Bhubaneswar
Saturday, May 4, 2024
Homeଅପରାଧଦୁଷ୍କର୍ମକାରୀକୁ ହତ୍ୟା କଲେ ପୀଡ଼ିତା, ୭ ଦିନ ପରେ ଉଦ୍ଧାର ହେଲା ମୃତଦେହ

ଦୁଷ୍କର୍ମକାରୀକୁ ହତ୍ୟା କଲେ ପୀଡ଼ିତା, ୭ ଦିନ ପରେ ଉଦ୍ଧାର ହେଲା ମୃତଦେହ

ବାରିପଦା : ଦୁଷ୍କର୍ମକାରୀକୁ ପିଟିପିଟି ହତ୍ୟା କଲେ ପୀଡ଼ିତା। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ମଙ୍ଗଲ ମୁର୍ମୁ। ସୂଚନାନୁଯାୟୀ, ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଅଞ୍ଚଳର ମଙ୍ଗଲ ମୁର୍ମୁ ନିଶାଶକ୍ତ ଅବସ୍ଥାରେ ଗତ ୧୫ ତାରିଖ ରାତିରେ ସ୍ଥାନୀୟ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ସମୟରେ ମହିଳା ଜଣଙ୍କ ଦୁଷ୍କର୍ମକାରୀକୁ ପିଟିପିଟି ହତ୍ୟା କରିଥିଲେ। ଘଟଣାର ୭ ଦିନ ପରେ ପାଖ ଜଙ୍ଗଲରୁ ମଙ୍ଗଲ ମୁର୍ମୁର ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ହତ୍ୟା ଅଭିଯୋଗରେ ପୋଲିସ ପୀଡ଼ିତାଙ୍କୁ ଅଟକ ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking