38.1 C
Bhubaneswar
Tuesday, April 23, 2024
Homeଓଡିଶାହ୍ୟୁମାନ ସାଗର-ଶ୍ରୀୟା ଷ୍ଟାର କଳି; ୩୦ ତାରିଖରେ ନୂଆ ମୋଡ ନେଇପାରେ ମାମଲା

ହ୍ୟୁମାନ ସାଗର-ଶ୍ରୀୟା ଷ୍ଟାର କଳି; ୩୦ ତାରିଖରେ ନୂଆ ମୋଡ ନେଇପାରେ ମାମଲା

କଟକ: ହ୍ୟୁମାନଙ୍କ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରେସ ମିଟରେ ସୂଚନା ଦେଲେ ହ୍ୟୁମାନଙ୍କ ପତ୍ନୀ । କେବଳ ହ୍ୟୁମାନ ମତେ ଟଚ୍ଚର କରିଛନ୍ତି । ମଦ ପିଇକି ମୋତେ ମାଡ ମାରିଛନ୍ତି । ମୁଁ ତାଙ୍କୁ ଅଟକାଇଛି ବୋଲି ସେ ମୋତେ ମାରିଛନ୍ତି । ଏହା ସହିତ ହ୍ୟୁମାନଙ୍କ ଜୀବନରେ ଆଉ କେହିଅଛନ୍ତି ବୋଲି ଶ୍ରେୟା କହିଛନ୍ତି । ଯେଉଁ ପର୍ଯ୍ୟନ୍ତ ସେ ଅନୁତାପ କରି ନାହାନ୍ତି ସେ ପର୍ଯ୍ୟନ୍ତ ମୁଁ ତାଙ୍କ ସହିତ ରହିବି ନାହିଁ ।

ବହୁ ଥର ସେ ଏହି ଭଳି ଭୁଲ କରନ୍ତି ଆଉ ତାହା ପାଇଁ କ୍ଷମା ମଧ୍ୟ ମାଗନ୍ତି । ଯାହା ପାଇଁ ଆମ ସମ୍ପର୍କରେ ଝଗଡା ଲାଗିଲେ ମଧ୍ୟ ତାହା ସମାଧାନ ହୋଇ ଯାଉଥିଲା । ମୁଁ କେବେ ଚାହିଁ ନଥିଲି ଏହି ସବୁ କଳହ ମୋ ପରିବାର କିମ୍ବା ଆଉ କେହି ବାହାର ଲୋକ ଜାଣନ୍ତୁ ।ମୋ ବାପା ମାଆ ସବୁ ବେଳେ ତାଙ୍କୁ କ୍ଷମା କରିଛନ୍ତିି । କିନ୍ତୁ ସେ ସୁଧୁରିଲେ ନାହିଁ । ଏହା ସହିତ ସେ ମୋତେ ଜୀବନରୁ ମାରି ଦେବାକୁ ଚେଷ୍ଟା କରିଥିଲେ । ଏହା ଘଟଣା ସେପ୍ଟେମ୍ବର ୨୭ରେ ଘଟିଥିଲା ।

ଅସହୟ ହେବାରୁ ମୁଁ ଏହି ପଦକ୍ଷପ ନେଲି । ମୁଁ ୫ମାସ ହେବ ମୁଁ ତାଙ୍କ ଘରେ ରହୁ ନାହିଁ ମୋ ବାପାଙ୍କ ଘରେ ରହୁଛି । ସେମାନେ ମୋତେ ଘରୁ ବାହାର କରିଛନ୍ତି, ମୁଁ ନିଜ ଇଚ୍ଛାରେ ଆସି ନାହିଁ । ଯେଉଁ ଭଲ ପାଇବା ସହିତ ମୋତେ ବାହା ହୋଇଥିଲେ ମୋତେ ଯଦି ସେହି ଭରଷା ଦେଖାଇ ପାରିଲେ ତେବେ ମୁଁ ତାଙ୍କୁ ଗ୍ରହଣ କରିବି । ମୁଁ ଆଶାରେ ରହିଛି, ଯଦି ସେ ପରିବର୍ତ୍ତନ ହେବେ ତେବେ ଏହି କଥାର ସମାଧାନ ହୋଇ ଯିବ । ଆସନ୍ତା ୩୦ ତାରିଖରେ ଏହି ସବୁ ଘଟଣାର ନିହାତି କିଛି ନୂଆ ମୋଡ ଆସିବ । ସେହି ତାରିଖକୁ ଅପେକ୍ଷା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking