36.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶପେଗାସସ୍ ମାମଲାରେ କେନ୍ଦ୍ରକୁ ଅଧିକ ସମୟଦେଲେ ସୁପ୍ରିମକୋର୍ଟ

ପେଗାସସ୍ ମାମଲାରେ କେନ୍ଦ୍ରକୁ ଅଧିକ ସମୟଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବିବାଦୀୟ ପେଗାସସ୍ ସ୍ପାଏୱେୟାର ମାମଲାରେ ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଅଧିକ ସମୟ ଦେଇଛନ୍ତି । ମଙ୍ଗଳବାର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ ପୀଠ ମାମଲାର ଶୁଣାଣି କରିଥିଲେ । ଏହି ଘଟଣାର ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ପୂର୍ବରୁ ଏକାଧିକ ପିଟିସନ ଦାଏର କରାଯାଇଥିଲା । ଅଗଷ୍ଟ ୧୭ ଶୁଣାଣି ସମୟରେ କେନ୍ଦ୍ର ସରକାର କହିଥିଲେ ଯେ ଦେଶର ନିରାପତ୍ତା ପ୍ରସଙ୍ଗ ସହ ଏହା ଜଡିତ ହୋଇଥିବାରୁ ସତ୍ୟପାଠରେ ବିଶେଷକିଛି ଉଲ୍ଲେଖ କରାଯାଇପାରିବନି । ସୁପ୍ରିମକୋର୍ଟ ମଧ୍ୟ ସେତେବେଳେ ଏହାକୁ ଗ୍ରହଣ କରିଥିଲେ । ତେବେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ପିଟିସନଧାରୀମାନେ ପୁଣି ଦାବି କରିଛନ୍ତି । ତେଣୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ଅଧିକ ସମୟ ଦେବାସହିତ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୩କୁ ଧାର୍ଯ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking