41.1 C
Bhubaneswar
Sunday, April 28, 2024
Homeଓଡିଶାପମ୍ପ ଅପରେଟରଙ୍କ ପୁଅ ହେଲେ ପ୍ରଶାସନିକ ଅଧିକାରୀ, ବିନା କୋଚିଂରେ କରୁଥିଲେ ୟୁପିଏସି ପ୍ରସ୍ତୁତି

ପମ୍ପ ଅପରେଟରଙ୍କ ପୁଅ ହେଲେ ପ୍ରଶାସନିକ ଅଧିକାରୀ, ବିନା କୋଚିଂରେ କରୁଥିଲେ ୟୁପିଏସି ପ୍ରସ୍ତୁତି

ଭୁବନେଶ୍ୱର: କଥାରେ ଅଛି, ପରିଶ୍ରମ କେବେ ବୃଥା ଯାଏନାହିଁ । ସଫଳ ହେବା ପାଇଁ ନିରନ୍ତର ଚେଷ୍ଟା, ଅଧ୍ୟବସାୟ ଏବଂ ଧୈର୍ଯ୍ୟ ରଖିବା ନିହାତି ଜରୁରୀ । ଆଉ ଯଦି ଆପଣ ଏମିତି କଠିନ ପରିଶ୍ରମ କରି ଧୈର୍ଯ୍ୟ ରଖିପାରିବେ, ତେବେ ସଫଳତା ନିଶ୍ଚିତ ଭାବେ ଆପଣଙ୍କ ପାଖକୁ ଆସିବ। ଆଉ ଏହାକୁ ସଠିକ୍‌ ପ୍ରମାଣିତ କରିଛନ୍ତି ଉତ୍ତରପ୍ରଦେଶ ପ୍ରୟାଜରାଜର ଜଣେ ଯୁବକ। ଉତ୍ତର ପ୍ରଦେଶର ପ୍ରୟାଗରାଜେରେ ରହୁଥିବା ପ୍ରବୀଣ ଦ୍ୱିବେଦୀଙ୍କ ୟୁପିଏସି ପରୀକ୍ଷାରେ ୬ଷ୍ଠ ର‍୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇ ନିଜ ପିତାଙ୍କର ସ୍ୱପ୍ନକୁ ସାକାର କରିଛନ୍ତି।

ପ୍ରବୀଣଙ୍କ ବାପା ସ୍ୱର୍ଗତଃ ରାଜେଶ ଚନ୍ଦ୍ର ଦ୍ୱିବେଦୀ ଫତେହପୁରର ଜଳସେଚନ ବିଭାଗର ଜଣେ ସାମାନ୍ୟ ପମ୍ପ ଅପରେଟର ଥିଲେ । ତାଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିଲା । ଘରେ ରୋଜଗାର କହିଲେ କେବଳ ତାଙ୍କ ବାପା । ପିତାଙ୍କର ହୃଦ୍‌ଘାତରେ ଅଚାନକ ମୃତ୍ୟୁ ପରେ ପରିବାର ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିଲା । ଲାଗୁଥିଲା ଯେମିତି ପ୍ରବୀଣଙ୍କ ୟୁପିଏସି ପ୍ରସ୍ତୁତି ଅଧାରେ ରହିଯିବ। ପିତାଙ୍କ ବିୟୋଗ ପରେ ପ୍ରବୀଣଙ୍କ ୟୁପିଏସି ପ୍ରସ୍ତୁତିରେ ଅନେକ ବ୍ୟାଘାତ ସୃଷ୍ଟି ହୋଇଥିଲା । ତା ପରେ ଫତେହପୁରରେ ରହୁଥିବା ପ୍ରବୀଣଙ୍କ ପରିବାର ପ୍ରୟାଗରାଜକୁ ସିଫ୍ଟ ହୋଇଯାଇଥିଲେ ।

ଏହି ଦୁଃଖଦ ସମୟରେ ଭଗବାନ ସାହା ହେଲେ, ପ୍ରବୀଣଙ୍କ ପିତାଙ୍କ ମୃତ୍ୟୁ ପରେ ତାଙ୍କ ବଡ଼ ଭାଇଙ୍କୁ ଜଳସେଚନ ବିଭାଗରେ ଚାକିରି ମିଳିଲା । ତା ପରେ ପରିବାରର ଆର୍ଥିକ ସ୍ଥିତି ଧୀରେ ଧୀରେ ସୁଧୁରିବାକୁ ଲାଗିଲା। ପ୍ରବୀଣ ନିଜ ବାପାଙ୍କର ସ୍ୱପ୍ନ ସାକାର କରିବା ପାଇଁ ୟୁପିଏସି ପାଇଁ ପ୍ରସ୍ତୁତି ଜାରି ରଖିଲେ ଏବଂ ୨୮ ବର୍ଷ ବୟସରେ ସେ ୟୁପିଏସି ପାସ୍‌ କରି ପ୍ରଶାସନିକ କ୍ଷେତ୍ରରେ ଏସଡ଼ିଏମ ପଦରେ ନିଯୁକ୍ତ ହେଲେ ।

ପ୍ରବୀଣ ଏହି ସଫଳତା ପାଇବା ପରେ କହିଛନ୍ତି,ଏହି ସଫଳତାର ସବୁ ଶ୍ରେୟ ମୋ ବାପାଙ୍କର । ସେ ମୋ ପାଇଁ ବହୁତ କଷ୍ଟ ସହିଛନ୍ତି ଏବଂ ମୋ ପଢ଼ା ପାଇଁ ଅନେକ ପରିଶ୍ରମ କରିଛନ୍ତି । ତାଙ୍କର ସ୍ୱପ୍ନ ପୂରଣ କରିଥିବାରୁ ମୁଁ ଆଜି ଖୁସି ଏବଂ ଗର୍ବିତ । ମୋ ବାପା ମୋତେ ଅଧିକାରୀ ରୂପରେ ଦେଖିବା ପାଇଁ ଚାହୁଁଥିଲେ । କିନ୍ତୁ ଦୁର୍ଭାଗ୍ୟ ସେ ଆଜି ମୋ ପାଖରେ ନାହାଁନ୍ତି ।

ପ୍ରବୀଣଙ୍କର ପଢ଼ା ଜୀବନ ଅତି ସାଧାରଣ ଥିଲା । ସେ ଫତେହପୁରର ସରସ୍ୱତୀ ବିଦ୍ୟା ମନ୍ଦିରରୁ ଇଣ୍ଟରମିଡିଏଟ୍‌ ପାସ୍‌ କରି ଇଲାହାବାଦରେ ୟୁନିଭରସିଟିରୁ ବି.ଏସ୍‌.ସି ପାସ୍‌ କରିଥିଲେ । ତା ପରେ ପ୍ରଶାସନିକ ସେବା କ୍ଷେତ୍ରରେ ନିଜର ପ୍ରସ୍ତୁତି ଆରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking