24.1 C
Bhubaneswar
Monday, May 13, 2024
Homeଦେଶ ବିଦେଶଟେକ୍ସଟାଇଲ୍‌ ଓ ଟେକ୍ନୋଲୋଜିର ନୂଆ ରୂପ, କପଡ଼ାରେ ଚାର୍ଜ କରିହେବ ସ୍ମାର୍ଟଫୋନ୍

ଟେକ୍ସଟାଇଲ୍‌ ଓ ଟେକ୍ନୋଲୋଜିର ନୂଆ ରୂପ, କପଡ଼ାରେ ଚାର୍ଜ କରିହେବ ସ୍ମାର୍ଟଫୋନ୍

ନୂଆଦିଲ୍ଲୀ : ଦୁଇଟି ଉଦ୍ୟୋଗକୁ ନେଇ ବିଶ୍ୱସ୍ତରରେ ସର୍ବଦା ଚର୍ଚ୍ଚା ଲାଗିରହିଛି । ଟେକ୍ସଟାଇଲ୍‌ ଓ ଟେକ୍ନୋଲୋଜି । ଦୁଇଟିଯାକ ପରସ୍ପରଠୁ ଭିନ୍ନ । କିନ୍ତୁ ଯେତେବେଳେ ଆମେ ଫ୍ୟାଶନ୍‌, ଟ୍ରେଣ୍ଡ, ସହଜ ବ୍ୟବହାର ଓ ଆରାମ କଥା କହୁ, ସେତେବେଳେ ଏହି ଦୁଇ ଉଦ୍ୟୋଗ ମଧ୍ୟରେ ଅନେକ ସମାନତା ମିଳେ । ଦୁଇଟିଯାକ ଅତ୍ୟାବଶ୍ୟକ ଏବଂ ପ୍ରତିଦିନ ନୂଆ ରୂପରେ ବିକଶିତ ହେଉଛି । ଟେକ୍ନୋଲୋଜି ଓ ଫ୍ୟାଶନ୍‌ର ବିକାଶ କ୍ରମରେ ଏକ ନୂଆ ଟେକ୍ନୋଲୋଜି ଏବେ ବଜାରକୁ ଆସିଛି, ଯାହାର ନାମ ‘ଇ-ଟେକ୍ସଟାଇଲ୍‌’ ।

ଦ ଭର୍ଜର ରିପୋର୍ଟ ଅନୁସାରେ, ସ୍ମାର୍ଟ ଡିଭାଇସ୍‌କୁ ଚାର୍ଜ କରିବା ପାଇଁ ଏହା ପୋଷାକର ସାହାଯ୍ୟ ନେଉଛି । ସାଧାରଣ ପୋଷାକ ଓ କପଡ଼ା ସାମଗ୍ରୀଠାରୁ ‘ଇ-ଟେକ୍ସଟାଇଲ୍‌’ ଭିନ୍ନ । ସ୍ୱତନ୍ତ୍ର ତନ୍ତୁରେ ଏହାକୁ ଡିଜାଇନ୍‌ କରାଯାଇଛି, ଯାହା ସ୍ମାର୍ଟଫୋନ୍‌ ଚାର୍ଜ କରିବାରେ ସହାୟକ । ଏହି ତନ୍ତୁ ନିଜ ଭିତରେ ସୌର ଶକ୍ତି ଗଚ୍ଛିତ ରଖିବାରେ ସକ୍ଷମ, ଯାହା ଦ୍ୱାରା ଏହି ଉତ୍ପାଦ ଆବଶ୍ୟକ ସ୍ଥଳେ ଡିଭାଇସ୍‌ ଚାର୍ଜ କରିବାରେ ୟୁଜର୍‌ଙ୍କୁ ସାହାଯ୍ୟ କରିବ । କପଡ଼ା ଯେତେ ବଡ଼ ହେବ, ସ୍ମାର୍ଟ ଉପକରଣ ଚାର୍ଜ କରିବା ପାଇଁ ସେତେ ଅଧିକ ସୌର ଶକ୍ତି ସଂଗ୍ରହ କରିବ ।

ଇଂଲଣ୍ଡର ନଟିଙ୍ଗହାମ୍‌ ଟ୍ରେଣ୍ଟ ବିଶ୍ୱବିଦ୍ୟାଳୟ(ଏନ୍‌ଟିୟୁ)ର ବୈଜ୍ଞାନିକମାନେ ଏହି ସ୍ପତନ୍ତ୍ର ତନ୍ତୁ ଉଦ୍ଭାବନ କରିଛନ୍ତି, ଯାହା ସୌର ଶକ୍ତି ଅବଶୋଷଣ ଓ ଗ୍ୟାଜେଟ୍‌ ଚାର୍ଜ କରିବାରେ ସକ୍ଷମ । ସ୍ମାର୍ଟଫୋନ୍‌, ସ୍ମାର୍ଟ ଘଡ଼ି ଓ ଇଅର୍‌ବଡ୍‌ଗୁଡ଼ିକୁ ଏହି କପଡ଼ାରେ ଚାର୍ଜ କରାଯାଇ ପାରିବ । ଇ-ଟେକ୍ସଟାଇଲ୍‌ର ତନ୍ତୁରେ ସୌର କୋଷିକା ରହିଛି, ଯାହା ସୌର ଶକ୍ତିକୁ ସୁରକ୍ଷିତ ଭାବେ ସଂଗ୍ରହ କରେ । ଏନ୍‌ଟିୟୁର ବୈଜ୍ଞାନିକମାନେ ଏହି ତନ୍ତୁରେ ୧୨ଶହ ଛୋଟ ଫଟୋଭୋଲ୍ଟାଇକ୍‌ କୋଷିକା (ସୌର ପ୍ୟାନେଲ୍‌) ପ୍ରୟୋଗ କରିଛନ୍ତି, ଯାହା ସୌର ଶକ୍ତିକୁ ଅବଶୋଷଣ ଓ ସଂଗ୍ରହ କରିବା ପାଇଁ କପଡ଼ାକୁ ସକ୍ଷମ କରେ । ତାକୁ ପରେ ସ୍ମାର୍ଟ ଡିଭାଇସ୍‌ ଚାର୍ଜ ପାଇଁ ବ୍ୟବହାର କରାଯାଇପାରିବ । ଏହି ତନ୍ତୁ ପ୍ରାୟ ୪୦୦ ମିଲିୱାଟ୍‌ର ବୈଦ୍ୟୁତିକ ଶକ୍ତି ଉତ୍ପନ୍ନ କରେ, ଯାହା ଆପଣଙ୍କ ସ୍ମାର୍ଟ ଡିଭାଇସ୍‌କୁ ଚାର୍ଜ କରିବାରେ ଖର୍ଚ୍ଚ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking