37.1 C
Bhubaneswar
Saturday, May 18, 2024
Homeଓଡିଶାସରକାରଙ୍କୁ ଶାସକ ଦଳ ନେତାଙ୍କ ପ୍ରଶ୍ନ: ମୂର୍ତ୍ତି ଛୋଟ ହେଲେ କ’ଣ କରୋନା କମିଯିବ

ସରକାରଙ୍କୁ ଶାସକ ଦଳ ନେତାଙ୍କ ପ୍ରଶ୍ନ: ମୂର୍ତ୍ତି ଛୋଟ ହେଲେ କ’ଣ କରୋନା କମିଯିବ

ଭୁବନେଶ୍ୱର : ଆଗକୁ ପାର୍ବଣ ଋତୁ ଆସୁଛି । ବିଭିନ୍ନ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ରହିଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ଆଗୁତରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ଶାସକ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରପାଠୀ ବିରୋଧ କରିଛନ୍ତି । ସରକାର କୌଣସି ଚିନ୍ତା ନକରି ଗତବର୍ଷର ନିୟମକୁ ପୁନଃ ପ୍ରଚଳନ କରିବାକୁ କହିଛନ୍ତି । ସରକାରଙ୍କ ଏଭଳି ପଦକ୍ଷେପ ଗ୍ରହଣୀୟ ନୁହେଁ ବୋଲି ସେ ଖୋଲା ଖୋଲି କହିଛନ୍ତି । ସରକାର କିଛି ଅଯଥା ଓ ଅନାବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିଥିବା କଥା ସେ ଉଠାଇଛନ୍ତି । ସକାରଙ୍କ ଏହି ପାର୍ବଣ ଗାଇଡ୍‌ଲାଇନ୍‌କୁ ଶାସକ ଦଳର ଜଣେ ଟାଣୁଆ ନେତା ବିରୋଧ କରିବା ଘଟଣାକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । ଏପରିକି ସେ ଜାରି ନିୟମାବଳୀର କେତେକ କଟକଣାର ଅବଶ୍ୟକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହାକୁ ଏବେ ବେଶ୍ ଗୁରୁତ୍ୱ ଦିଆଯାଉଛି । ବିଶେଶ କରି ସରକାର ଯେଉଁ ମୂର୍ତ୍ତିର ଉଚ୍ଚତା କଥା କହିଛନ୍ତି ଓ ଆଗରେ କପଡ଼ା ରଖିବା କଥା କହିଛନ୍ତି ତାକୁ ନେଇ ସେ ନାପସନ୍ଦ କରିଛନ୍ତି । ଏ କଟକଣାର କୌଣସି ଯଥାଥର୍ତା ନାହିଁ ବୋଲି ସେ କହିଛନ୍ତି ।

ଶ୍ରୀ ତ୍ରୀପାଠି କହିଛନ୍ତି, ମୂର୍ତ୍ତିର ଉଚ୍ଚତା କିମଲେ କରୋନା କେମିତି କମିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଧର୍ମୀୟ ଭାବନାକୁ ବିଚାରକୁ ନେଇ ସରାକର ନିଷ୍ପତି ନିଅନ୍ତିୁ । ନିୟମ ଟିକେ କୋହଳ ହଲେ କରୋନା ବ୍ୟାପିବ ନାହିଁ । ଗତବର୍ଷର ଅଭିଜ୍ଞତାକୁ ବିଚାରକୁ ନ ନେଇ ସରକାର ନିଷ୍ପତି ନେଇଛନ୍ତି । ଦୁର୍ଗାମୂର୍ତ୍ତି ୩ ଫୁଟ୍‌ରୁ ୪ଫୁଟ ମଧ୍ୟରେ ସିମିତ ରହିବ । ପୂର୍ଣ୍ଣାୟବ ହେବ ନାହିଁ । ଏହାକୁ କୋଭିଡ୍‌କୁ କିପରି ସାହାଯ୍ୟ କରିବ ମୁଁ ବୁଝିପାରୁନି । ସରକାର ସର୍ବମୟ କର୍ତ୍ତା । ଶାନ୍ତି କମିଟି କ’ଣ ଭାବିଛି ମୁଁ ଜାଣିନି । ସରକାରଙ୍କ ଏହି ନିଷ୍ପତିକୁ ସମସ୍ତେ ନମ୍ର ଭାବରେ ଗ୍ରହଣ କରିପାରୁ ନାହାଁନ୍ତି । ଗତବର୍ଷର ନିଷ୍ପତିକୁ ଖାଲି ଦୋହରାଯାଇଛି ।

ଏବର୍ଷ ଏହା ଉପରେ ଟିକିଏ ବିଚାର କରିବାର ଥିଲା ବୋଲି ଭାବୁଛି । ଏହି ହିସାବରେ ସମ୍ମିଳିତ ଭାବେ କଟକ ସହର ସବୁ ପୂଜା, ମଣ୍ଡପ, ପୂଜା କମିଟି ପକ୍ଷରୁ ସରକାରଙ୍କ ନିକଟରେ ନିବେଦନ ରଖିବୁ । ପୂର୍ଣ୍ଣାୟବ ମୂର୍ତ୍ତି ହେଉ । ଆଗରେ ପରଦା ଢ଼ାଙ୍କି ପୂଜା କରିବାର କିଛି ଲାଭ ନାହିଁ । ତାକୁ ଖୋଲା ରଖାଯାଉ । କିନ୍ତୁ କୋଭିଡ୍ ଗାଇଡ୍‌ଲାଇନ୍ ପାଳନ କରାଯାଉ । ସାଂସ୍କୃତିକ କାର୍ଯ୍ୟକ୍ରମ ନହେବା ଉଚିତ। ମା’କୁ ଶୋଭାଯାତ୍ରାରେ ନେଇ ବିଶର୍ଯନ କରିବା ନହେବା ଉଚିତ୍ । ରାଜ୍ୟ ସରାକରଙ୍କ ଏହି ନିୟମାବଳିକୁ ସବୁ ପୂଜା ମଣ୍ଡପ ସହମତି । ଆବଶ୍ୟକ ବିହିନ କଟକଣା ଅନାବଶ୍ୟକଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇଡ଼୍‌ରେ, ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍‌ମୀ ପୂଜା, କାଳୀ ପୂଜା ନେଇ ଗାଇଡଲାଇନ ଜାରି କରାଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର ଗାଇଡଲାଇନ ଜାରି କରିଛନ୍ତି । କଡା କଟକଣା ସହିତ ପୂଜା ଆୟୋଜନ ପାଇଁ ପୂଜା କମିଟିଗୁଡିକୁ ଅନୁମତି ଦିଆଯିବ । ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ପ୍ରଶାସନର ଅନୁମତି ଜରୁରୀ ରହିଛି । ଜିଲ୍ଲାରେ ଜିଲ୍ଲାପାଳ, ଟ୍ୱିନ ସିଟିରେ ସିପିଙ୍କ ଅନୁମତି ଦରକାର । କେବଳ ପରମ୍ପରା ରକ୍ଷା ପାଇଁ ନିରାଡମ୍ବର ଭାବେ ପୂଜା କରାଯିବ । କୌଣସି ପ୍ରକାରର ସାଜସଜ୍ଜା କରାଯାଇପାରିବନି । ସେହିଭଳି ମଣ୍ଡପକୁ ଶ୍ରଦ୍ଧାଳୁ ମଧ୍ୟ ଯାଇପାରିବେନି ।

ମଣ୍ଡପ ତିନି ପାଶ୍ୱର୍ରୁ ବନ୍ଦ ରହିବ । ଗୋଟିଏ ପାଶ୍ୱର୍ରୁ ସାମାନ୍ୟ ଖୋଲା ରହିବ । ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ । ମଣ୍ଡପରେ ପ୍ରତିମା ଉଚ୍ଚତା ୪ ଫୁଟରୁ କମ ରଖିବାକୁ ନିର୍ଦ୍ଦେଶ ରହିଛି । ସେହିଭଳି ପୂଦା ମଣ୍ଡପରେ ଏକ ସମୟରେ ୭ ଜଣରୁ ଅଧିକ ଏକାଠି ମନା । ପୂଜକ, ଆୟୋଜକ, କର୍ତ୍ତାଙ୍କୁ ମିଶାଇ ୭ ଜଣରୁ ଅଧିକ ରହିବେନି । ତେବେ ବିସର୍ଜନ ଶୋଭାଯାତ୍ରା ମନା । ଅସ୍ଥାୟୀ ପୋଖରୀରେ ହେବ ବିସର୍ଜନ । ମେଲୋଡି, ଭଜନ ସନ୍ଧ୍ୟା ଭଳି କୌଣସି ମନୋରଂଜନ କାର୍ଯ୍ୟ ହୋଇପାରିବ ନାହିଁ ।

ପୂଜାରେ କୌଣସି ଗୋଷ୍ଠୀ ଭୋଜିଭାତ କରିବାକୁ ଅନୁମତି ନାହିଁ । ଗାଇଡଲାଇନ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ  ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗଣେଷ ପୂଜାକୁ ସରକାର ଅନୁମତି ଦେଇଛନ୍ତି । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ଗଣେଶ ପୂଜା ହୋଇପାରିବ । ସମସ୍ତ କୋଭିଡ ନିୟମ ମାନି ଗଣେଶ ପୂଜା କରିବାକୁ ଅନୁମତି ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking