32.1 C
Bhubaneswar
Sunday, April 28, 2024
Homeଓଡିଶାପ୍ରଥମରୁ ନବମ ପରୀକ୍ଷା ଫଳ ଏପ୍ରିଲ ୨ରେ ଆସିବ

ପ୍ରଥମରୁ ନବମ ପରୀକ୍ଷା ଫଳ ଏପ୍ରିଲ ୨ରେ ଆସିବ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମରୁ ନବମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ସମ୍ମେଟିଭ୍‌ ଆସେସମେଣ୍ଟ ୨ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ଫଳ ଅଭିଭାବକଙ୍କୁ ଅବଗତ କରିବା ପାଇଁ ୨ ତାରିଖ ଦିନ ବିଦ୍ୟାଳୟରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରାଯିବ। ଏହି କାର୍ୟ୍ୟକ୍ରମରେ ସମସ୍ତ ଅଭିଭାବକ ଯେପରି ଉପସ୍ଥିତ ରହିବେ ସେନେଇ ସମସ୍ତଙ୍କୁ ପ୍ରଧାନ ଶିକ୍ଷକମାନେ ଅବଗତ କରିବେ। ବିଦ୍ୟାଳୟରେ ପରୀକ୍ଷା ଫଳ ପ୍ରଦାନ ବ୍ୟତୀତ ଅନ୍ୟ କୌଣସି କାର୍ୟ୍ୟକ୍ରମ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking