ବ୍ୟୁରୋ : ଭାଇ ଉଉଣୀଙ୍କ ପବିତ୍ର ବନ୍ଧନ ରକ୍ଷାବନ୍ଦନ। ଏହା ମନେପକେଇ ଦିଏ ଭାଇ-ଭଉଣୀଙ୍କ ସ୍ନେହ ଓ ପ୍ରେମର କାହାଣୀ। ଏନେଇ ଏହି ଉତ୍ସବ ସେମାନଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ନିଜ ଭାଇ ପ୍ରତି ଥିବା ପ୍ରେମକୁ ଦର୍ଶାଇଥିବାବେଳେ ଭାଇ ମଧ୍ୟ ସାରା ଜୀବନ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିଥାଏ। ଏହି ବିଶେଷ ଅବସରରେ ଭାଇ ଓ ଭଉଣୀମାନେ ପରସ୍ପରକୁ ଉପହାର ଦେଇ ଖୁସି ମନେଇଥାନ୍ତି। ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ। ବିଶ୍ୱାସର ବନ୍ଧନ ସୁରକ୍ଷାର ବନ୍ଧନ ଯୋଡି ହୋଇଯାଏ ଜିବନର ସବୁଠୁ ସୁରକ୍ଷିତ ମଜବୁତ ସମ୍ପର୍କ | ଭାରତୀୟ ସଂସ୍କୃତି ଓ ପରମ୍ପରାର ମହାନ ନିଦର୍ଶନ ରକ୍ଷାବନ୍ଧନ | ଭାଇ ଭଉଣୀ ସମ୍ପର୍କର ସ୍ନେହର ବନ୍ଧନ | ଭାଇଠୁ ସୁରକ୍ଷାର ପ୍ରତିଶୃତି ନେଇ ଶ୍ରଦ୍ଧାରେ ତା ହାତରେ ଭଉଣୀ ବାନ୍ଧି ଥାଏ ରାକ୍ଷୀ , ତା ସାଙ୍ଗକୁ ମିଠା ଖୁଆଇ ଧୁମଧାମ ରେ ଭଉଣୀ ପାଳନ କରେ ରକ୍ଷା ବନ୍ଧନ ପର୍ବ | ଭାଇ ହାତରେ ସମ୍ପର୍କର ଏହି ସୂତାଖିୟକୁ ବାନ୍ଧିବା ପାଇଁ ଭଉଣୀ ଅପେକ୍ଷା କରି ରହିଥାଏ | ସେଥିପାଇଁ ପୂର୍ଣ୍ଣିମା ପୂର୍ବରୁ ନିଜ ମନ ପସନ୍ଦର ରାକ୍ଷୀ ବଜାର ରୁ କିଣି ଆଣି ସାଇତି ରଖିଥାଏ ଭଉଣୀ |