ଭୁବନେଶ୍ୱର : ଓଡ଼ିଆ ଅସ୍ମିତାର ମହାନତାକୁ କେହି କେବେ ସଚ୍ଚା ଓଡ଼ିଆ ଭୁଲି ପାରିବନି । ସେ ଯେତେ ଉଚ୍ଚକୁ ଯାଉକି ଯେଉଁ ପଦପଦବୀରେ ଅଧିଷ୍ଠିତ ହୋଇ ଥାଉନ୍ତୁ ନା’ କାହିଁକି ବରିଷ୍ଠ ଓ ସମ୍ମାନ ସ୍ପଦ ବ୍ୟକ୍ତିଙ୍କୁ ସମ୍ମାନ ଜଣାଇବାରେ କେବେ ପଛ ଘୁଞ୍ଚା ଦିଅନ୍ତି ନାହିଁ । ଏହା ହେଉଛି ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ପରମ୍ପରାରେ ନିଦର୍ଶନ । ଏଥିରୁ ବା ଓଡ଼ିଆ ଝିଅ ଭାରତର ମହାମହିମ ରାଷ୍ଟ୍ରପତି ବାଦ୍ ଯିବେ କିପରି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଣ୍ଡିଚା ଯାତ୍ରା ଦେଖିବାକୁ ଯାଇଥିବା ବେଳେ ବରିଷ୍ଠ ଅତିଥିମାନଙ୍କ ପାଇଁ ଥିବା ମଞ୍ଚକୁ ଉଠିବା ପରେ ସମସ୍ତେ ତାଙ୍କୁ ଛିଡ଼ା ହୋଇ ସମ୍ମାନ ଜଣାଇଥିଲେ । ସେହି ମଞ୍ଚରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଛିଡ଼ା ହୋଇ ନବୀନଙ୍କୁ ପ୍ରତି ସମ୍ମାନ ଜଣାଉଥିବା ଦେଖାଯାଇଥିଲା ।