34.1 C
Bhubaneswar
Friday, March 29, 2024
Home1) ତ୍ରିପୁରା ବିଧାନସଭାନାଗାଲାଣ୍ଡ ଓ ତ୍ରିପୁରାରେ ପୁଣି ବିଜେପି,ମେଘାଳୟର ସ୍ଥିତି ଏବେ ବି ଅସ୍ପଷ୍ଟ

ନାଗାଲାଣ୍ଡ ଓ ତ୍ରିପୁରାରେ ପୁଣି ବିଜେପି,ମେଘାଳୟର ସ୍ଥିତି ଏବେ ବି ଅସ୍ପଷ୍ଟ

ନୂଆଦିଲ୍ଲୀ:ବିଜେପି ଓ ତା’ର ସହଯୋଗୀ ଦଳ ଗୁଡ଼ିକ ମିଳିତ ଭାବେ ତ୍ରିପୁରା ଓ ନାଗାଲାଣ୍ଡରେ ବିଜୟ ବାନା ଉଡ଼ାଇଛନ୍ତି। ତ୍ରିପୁରାରେ ବିଜେପି ଅଳ୍ପକେ ବାଜିମାତ କରିଥିବା ବେଳେ ନାଗାଲ୍ୟାଣ୍ଡରେ ଦଳ ଏନଡିପିପି ସହ ମିଶି ନିର୍ବାଚନ ବୈତରଣୀ ପାର ହୋଇଛି। ତେବେ ମେଘାଳୟବାସୀ କୌଣସି ଦଳକୁ ସରକାର ଗଠନ ପାଇଁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଦେଇ ନାହାନ୍ତି। ଅର୍ଥାତ ଏଠାରେ ଝୁଲା ବିଧାନସଭା ଦେଖିବାକୁ ମିଳିଛି। ତେବେ କନରାଡ ସାଙ୍ଗମାଙ୍କ ଦଳ ଏନପିପି ସର୍ବାଧିକ ୨୫ଟି ଆସନ ଜିତିଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୧। ତେଣୁ ସାଙ୍ଗମା ପୁଣି ବିଜେପି ସହ ମେଣ୍ଟ କରୁଛନ୍ତି ନା କଂଗ୍ରେସ ଆଡ଼କୁ ଢଳୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଏନପିପି ରାଜ୍ୟରେ ୨୫ଟି ଆସନ ଜିତିଥିବା ବେଳେ ବିଜେପି ୪ଟି, କଂଗ୍ରେସ ୫ଟି ଓ ଅନ୍ୟାନ୍ୟ ଦଳ ୨୫ଟି ଆସନ ଜିତିଛନ୍ତି। ତେଣୁ ସାଙ୍ଗମା ଏବେ ଅନ୍ୟ ଦଳ ଜିତିଥିବା ୨୫ଟି ଆସନରୁ କିଛି ବିଧାୟକଙ୍କୁ ନିଜ ପାଖକୁ ଆଣିବାକୁ ଯୋଜନା କରିପାରନ୍ତି।
ତ୍ରିପୁରାରେ ବିଜେପି ଓ ତା’ର ସହଯୋଗୀ ଦଳ ଆଇପିଏଫଟି ମିଳିତ ଭାବେ ୩୩ଟି ଆସନ ଜିତିଛନ୍ତି। ଏଠାରେ ମଧ୍ୟ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୧। ତେଣୁ ମ୍ୟାଜିକ ନମ୍ବର ଠାରୁ ବିଜେପି ମେଣ୍ଟ ମାତ୍ର ୨ଟି ଆସନ ଅଧିକ ଜିତିଛି। ୨୦୧୮ରେ ଏଠାରେ ବିଜେପି ମେଣ୍ଟ ୪୪ଟି ଆସନ ଜିତିଥିଲେ। ବିଜେପି ଏକାକୀ ୩୬ଟିରେ ଜିତିଥିବା ବେଳେ ଆଇପିଏଫଟି ୮ଟିରେ ବାଜିମାତ କରିଥିଲା।
ବିଜେପି ଓ ତା’ର ସହଯୋଗୀ ଦଳ ଗୁଡ଼ିକ ମିଳିତ ଭାବେ ତ୍ରିପୁରା ଓ ନାଗାଲାଣ୍ଡରେ ବିଜୟ ବାନା ଉଡ଼ାଇଛନ୍ତି। ତ୍ରିପୁରାରେ ବିଜେପି ଅଳ୍ପକେ ବାଜିମାତ କରିଥିବା ବେଳେ ନାଗାଲ୍ୟାଣ୍ଡରେ ଦଳ ଏନଡିପିପି ସହ ମିଶି ନିର୍ବାଚନ ବୈତରଣୀ ପାର ହୋଇଛି। ତେବେ ମେଘାଳୟବାସୀ କୌଣସି ଦଳକୁ ସରକାର ଗଠନ ପାଇଁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଦେଇ ନାହାନ୍ତି। ଅର୍ଥାତ ଏଠାରେ ଝୁଲା ବିଧାନସଭା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking