40.1 C
Bhubaneswar
Thursday, April 25, 2024
Homeନାଗାଲାଣ୍ଡ ବିଧାନସଭା ନିର୍ବାଚନନାଗାଲାଣ୍ଡ ଲେଖିଲା ନୂଆ ଇତିହାସ; ୬୦ ବର୍ଷ ପରେ ପାଇଲା ମହିଳା ବିଧାୟକ

ନାଗାଲାଣ୍ଡ ଲେଖିଲା ନୂଆ ଇତିହାସ; ୬୦ ବର୍ଷ ପରେ ପାଇଲା ମହିଳା ବିଧାୟକ

କୋହିମା: ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡରେ ହୋଇଥିବା ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଆଜି ହେଉଛି । ଆଉ ଏଥର ନିର୍ବାଚନରେ ନାଗାଲାଣ୍ଡର ଲୋକ ନୂଆ ଇତିହାସ ଲେଖିଛନ୍ତି । ନାଗାଲାଣ୍ଡ ରାଜ୍ୟ ଗଠନ ପର ଠାରୁ କେହି ମହିଳା ବିଧାୟକ ଭାବେ ନିର୍ବାଚିତ ହୋଇ ନଥିଲେ । ଏଥର ବିଜେପିର ସହଯୋଗୀ ଏନଡିପିପି ପାର୍ଟିର ପ୍ରାର୍ଥୀ ହେକାନି ଜଖାଲୁ ଦିମାପୁର-୩ ବିଧାନସଭା ଆସନରୁ ବିଜୟ ଲାଭ କରି ନୂଆ ଇତିହାସ ରଚିଛନ୍ତି । ଦିମାପୁର-୩ ଆସନରୁ ଲୋକ ଜନଶକ୍ତି ପାର୍ଟିର ୱାଇ. ଭିଖେଓ ଆୱୋମିଙ୍କୁ ୧୫୩୬ ଭୋଟରେ ହରାଇ ବିଜୟୀ ହୋଇଛନ୍ତି ହେକାନି ଜଖାଲୁ । ୪୮ ବର୍ଷୀୟ ଜଖାଲୁ ସାନ୍ ଫ୍ରାନ୍ସିକୋରେ ଏଲ୍‌ଏଲ୍‌ଏମ୍ କରିଛନ୍ତି । ଦିଲ୍ଲୀର ଏକ ଆଇନ୍ ସଂସ୍ଥାରେ କିଛି ବର୍ଷ କାମ କରିବା ପରେ ନାଗାଲାଣ୍ଡରେ ୟୁଥ୍ ନେଟ୍ ଏନଜିଓ ଆରମ୍ଭ କରିଥିଲେ । ୨୦୧୯ରେ କେନ୍ଦ୍ର ସରକାରଙ୍କ ଠାରୁ ପାଇଥିଲେ ନାରୀ ଶକ୍ତି ପୁରସ୍କାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking