35.1 C
Bhubaneswar
Saturday, May 9, 2026
Homeଓଡିଶାଗାନ୍ଧିମୂର୍ତ୍ତି ତଳେ କଂଗ୍ରେସ ସଦସ୍ୟଙ୍କ ଧାରଣା

ଗାନ୍ଧିମୂର୍ତ୍ତି ତଳେ କଂଗ୍ରେସ ସଦସ୍ୟଙ୍କ ଧାରଣା

ଭୁବନେଶ୍ୱର: ଅନାସ୍ଥା  ନୋଟିସ ଅଗ୍ରାହ୍ୟ  ପରେ କକ୍ଷତ୍ୟାଗ କଲା  କଂଗ୍ରେସ । କକ୍ଷତ୍ୟାଗ ପରେ ପ୍ରତିବାଦରେ ଗାନ୍ଧୀମୂର୍ତ୍ତି ତଳେ କଂଗ୍ରେସ ସଦସ୍ୟ ଧାରଣା ଦେଇଛନ୍ତି । ଗଣତନ୍ତ୍ରକୁ ହତ୍ୟା କରାଯାଇଛି କହିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ଆହୁରି କହିଛନ୍ତି , ବିଜେପି, ବିଜେଡି ମିଶିକି ଗୃହକୁ  ଜାଣିଶୁଣି ଅଚଳ କରିଛନ୍ତି । ସୂଚନାଥାଉକି, ଆଜି  କଂଗ୍ରେସର ଅନାସ୍ଥା ନୋଟିସ ଅଗ୍ରାହ୍ୟ କଲେ ବାଚସ୍ପତି ସୁରମା ପାଢୀ ।କିନ୍ତୁ ବାଚସ୍ପତି ଯେଉଁଭଳି ଭାବେ ୧୮ ତାରିଖରେ ୧୨ଟା ୪୭ ମିନିଟରେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ସହ ଅନ୍ୟ ୧୪ ବିଧାୟକ ବିଧାନସଭା ସଚିବଙ୍କୁ ଅନାସ୍ଥା ନୋଟିସ ଦେଇଥିଲେ ଏବଂ ତାପରଦିନ  ନୋଟିସକୁ  ଗୃହକୁ ଆଣିବାକୁ ନିର୍ଦ୍ଦେଶ ଦେଇଥିବା ବାଚସ୍ପତି କହିଥିଲେ । କିନ୍ତୁ ଗୃହ ଲଗାତାର ଭାବରେ ବିରୋଧୀଙ୍କ ହଙ୍ଗାମା, ହଟ୍ଟଗୋଳ ଦ୍ୱାରା ସ୍ୱାଭାବିକ ଭାବରେ ଚାଲିପାରୁନଥିଲ।। ଗୃହ ସ୍ୱାଭାବିକ ନଥିବାରୁ ଗୃହକୁ ଆସିପାରିନଥିଲା। ସଂସଦୀୟ ନିୟମ ଅନୁସାରେ, ବିଧାନସଭାରେ ଅଚଳ ଅବସ୍ଥା ଥିବାରୁ ଅନାସ୍ଥାର ସମୟ ଅବଧି ସରିଯାଇଥିବାରୁ କଂଗ୍ରେସର ଅନାସ୍ଥା କାଟ ଖାଇଛି। କଂଗ୍ରେସର ଅନାସ୍ଥା ନୋଟିସ ଅଗ୍ରାହ୍ୟ କରିଛନ୍ତି ବାଚସ୍ପତି ସୁରମା ପାଢୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking