34.1 C
Bhubaneswar
Saturday, May 9, 2026
Homeଓଡିଶାଚକ ଡେରା ନୀତି ସମ୍ପନ୍ନ

ଚକ ଡେରା ନୀତି ସମ୍ପନ୍ନ

ପୁରୀ: ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା। ପରମ୍ପରା ଅନୁସାରେ ଆଜି ଭଉଁରୀ ତିଥିରେ ରଥଖଳାରେ ଚକ ଡେରା ନୀତି ସଂପନ୍ନ ହୋଇଛି। ୩ଟି ରଥର ଚକ ସହ ଅଖ ସଂଯୋଗ ହୋଇଛି। ବିଧି ଅନୁସାରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିଥିଲେ। ପରେ ତିନି ରଥର ଦୁଇଟି ଲେଖାଏଁ ନାହାକ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯାଇଛି । ଯାହାକୁ ଚକଅଖ ଡେରା ନୀତି କୁହନ୍ତି । ତିନିବାଡର ପୂଜାପଣ୍ଡା ସକାଳଧୂପ ପରେ ୩ଟି ଆଜ୍ଞାମାଳ ଆଣି ୩ ରଥର ଚକ ଅଖ ନିକଟରେ ଲାଗି କରିଥିଲେ । ଭୋଇ ସେବକ ମାନଙ୍କ ଦ୍ବାରା ପ୍ରଥମ ହରିବୋଲ ପଡିଥିଲା । ଭୋରୁ ସିଂହଦ୍ଵାର ଫିଟାଯାଇ ମଙ୍ଗଳ ଆଳତୀ, ମଇଲମ, ଅବକାଶ ଇତ୍ୟାଦି ନୀତି ବଢି ସକାଳଧୂପ ଶେଷ ପରେ ରଥଖଳା ନିକଟକୁ ଆଜ୍ଞାମାଳ ବିଜେ ହୋଇଥିଲା । ସେପଟେ ପବିତ୍ର ଭଉଁରୀ ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ରୋକ୍ ଲାଗିଛି । ଭଉଁରୀ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଶ୍ରୀମନ୍ଦିର, ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking