35.1 C
Bhubaneswar
Saturday, May 9, 2026
Homeଦେଶ ବିଦେଶଶପଥ ଗ୍ରହଣ ଉତ୍ସବ ଜନଶକ୍ତି ଆଗରେ ନତମସ୍ତକ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ଶପଥ ଗ୍ରହଣ ଉତ୍ସବ ଜନଶକ୍ତି ଆଗରେ ନତମସ୍ତକ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ :  ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ପରିବର୍ତ୍ତନ ଘଟିଛି, ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ବିଜେପି   ପଶ୍ଚିମବଙ୍ଗ ରେ ନିଜର ସରକାର ଗଠନ କରିଛି । ଚଳିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୨୦୭ଟି ଆସନ ଜିତି ଐତିହାସିକ ବିଜୟ ହାସଲ କରିଛି ।  ଶନିବାର କୋଲକାତାରେ ଅନୁଷ୍ଠିଚ ଏକ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ସୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଆର.ଏନ. ରବି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ବଙ୍ଗଳାର ‘ଜନଶକ୍ତି’କୁ ମଞ୍ଚରୁ ଆଣ୍ଠୁ ମାଡ଼ି ପ୍ରଣାମ କରିଥିଲେ, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାଇରାଲ ହେଉଥିବା ଭିଡିଓରେ ପ୍ରଧାନମନ୍ତ୍ରୀ ବିଶାଳ ଜନସମାବେଶକୁ ଅଭିବାଦନ ଜଣାଇବା ସହ ନତମସ୍ତକ ହୋଇଥିବା ଦେଖିବାକୁ ମିଳିଛି। ମନ୍ଦିରରେ ଜଣେ ଭକ୍ତ ଭଗବାନଙ୍କୁ ଯେପରି ଶ୍ରଦ୍ଧା ଅର୍ପଣ କରେ, ସେହିଭଳି ମୋଦୀ ନତମସ୍ତକ କରି ବଙ୍ଗଳାବାସୀଙ୍କୁ କୃତଜ୍ଞତା ଜଣାଇଥିଲେ ।

ଏହି ଦୃଶ୍ୟ ୨୦୧୪ ମସିହା ଲୋକସଭା ନିର୍ବାଚନ ପରର ସେହି ଐତିହାସିକ ସ୍ମୃତିକୁ ମନେ ପକାଇଦେଇଛି। ଯେତେବେଳେ ପ୍ରଥମ ଥର ପାଇଁ ସଂସଦ ଭବନରେ ପ୍ରବେଶ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଗଣତନ୍ତ୍ରର ମନ୍ଦିରକୁ ସମାନ ଭାବରେ ପ୍ରଣାମ କରିଥିଲେ। ବଙ୍ଗଳାରେ ଏତେବଡ଼ ବିଜୟ ପରେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଖୁସି ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ଆଜିର ଏହି ଘଟଣା ପ୍ରମାଣିତ କରିଛି ଯେ ବଙ୍ଗଳାବାସୀ ଏକ ନୂତନ ରାଜନୈତିକ ଯୁଗକୁ ଗ୍ରହଣ କରିଛନ୍ତି ଏବଂ ଗେରୁଆ ପତାକା ସହ ରାଜ୍ୟରେ ଏକ ବଡ଼ ପରିବର୍ତ୍ତନର ସୂତ୍ରପାତ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking