36.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶବଜେଟକୁ ନେଇ ମଧ୍ୟବିତବର୍ଗଙ୍କ ଆଶା

ବଜେଟକୁ ନେଇ ମଧ୍ୟବିତବର୍ଗଙ୍କ ଆଶା

ଭୁବନେଶ୍ୱର : କୋରନା କାଳ ମଧ୍ୟରେ ଯଦି କାହା ଉପରେ ବେଶୀ ପ୍ରଭାବ ପଡିଛି, ସେ ହେଉଛନ୍ତି ମଧ୍ୟବିତ ଶ୍ରେଣୀର ଲୋକ । ବହୁତ ଲୋକଙ୍କର ଚାକିରୀ ଯାଇଥିବାରୁ ଅନେକ ସହରରୁ ଲୋକେ ନିଜ ସହରକୁୁ ପ୍ରତ୍ୟ।।ବର୍ତ୍ତନ କରିଛନ୍ତି । ଏହି କାରଣରୁ ସମ୍ପୁର୍ଣ୍ଣ ମଧ୍ୟବତିତ୍ତଶ୍ରେଣୀ ଲୋକ ମାନେ ଅର୍ଥ ମନ୍ତ୍ରୀଙ୍କ ଆଡକୁ ଆଶାର ସହ ଅପେକ୍ଷା କରିଛନ୍ତି । କୋରନା କାଳ ପରେ ହେବାକୁ ଥିବା ଏହି ପ୍ରଥମ ବଜେଟରେ ମଧ୍ୟମ ବର୍ଗଙ୍କ ପାଇଁ କ’ଣ ହୋଇପାରିବ , ବଜେଟରେ ସେମାନଙ୍କ ପାଇଁ କେଉଁ ସୁବିଧା ରହିବ ଏନେଇ ସମସ୍ତେ ଆଶାବାଦୀ ।
ମୋଦୀ ସରକାର ଏବର୍ଷ ବଜେଟରେ ମଧ୍ୟବିତତ୍ତ ବର୍ଗକୁ କେଉଁ କେଉଁ ରିହାତି ଦେବେ ସେନେଇ ସବୁଠି ଚର୍ଚ୍ଚା ହେଉଛି । କୁହାଯାଉଛି ଯେ କୋରନା କାଳରେ ବ୍ୟବସାୟ ମାନ୍ଦା ହୋଇଯାଇଥିଲେ ମଧ୍ୟ ଖର୍ଚ୍ଚ ସମାନ ରହିଥିଲା । ସରକାର ଇନକମ ଟାକ୍ସକୁ ନେଇ କିଛି ରିହାତି କରିଲେ ବ୍ୟବସାୟକୁ କିଛିି ପରିମାଣରେ ଲାଭ ମିଳିବ ବୋଲି ଆଶା କରାଯାଉଛି ।

ପୁର୍ବବର୍ଷ ହୋଇଥିବା ବନାଯାଇଥିବା ଟାକ୍ସ ବ୍ୟବସ୍ଥାରେ ଲୋକ ମାନଙ୍କ ଉସାôହ କମ ଦେଖିବାକୁ ମିଳିଥିଲା । ଟାକ୍ସ ଏକ୍ସପର୍ଟ ମାନଙ୍କ ଅନୁସାରେ ୨୦ ପ୍ରତିଶତରୁ କମ୍ ଲୋକେ ଏହି ନୂଆ ଟାକ୍ସ ବ୍ୟବସ୍ଥାରେ ଅଂଶ ଗ୍ରହଣ କରିିଥିଲେ ।
ଏହା ସହ କୁହାଯାଉଛି କି ବାର୍ଷିକ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକମାନଙ୍କୁ ସରକାର କୋରନା ସରଚାର୍ଯ ଲଗାଇପାରନ୍ତି ଓ ମଧ୍ୟବତିତ୍ତ ଶ୍ରେଣୀର ଲୋକେ ଏଥିରୁ ବଞ୍ଚିତ ରହିବେ । ଯୁବପିଢାଙ୍କ ଆଶା ଏହା ରହିଛିଯେ ସରକାର ୨୦୨୧ ବଜେଟରେ ନୂତନ ଚାକିରୀ ନିଯୁକ୍ତି ପାଇଁ ବ୍ୟବସ୍ଥା କରିବେ ।

ପ୍ରାଇଭେଟ ସେକ୍ଟରରେ କାର୍ଯ୍ୟ କରୁଥିବା ବର୍ଗର ଲୋକ ମାନଙ୍କ କହିବା ଅନୁସାରେ , ପୁର୍ବରୁ ଯେଉଁ ଚିକିତ୍ସା ଭତ୍ତା ଦିଆଯାଉଥିଲା , ତାହା ବନ୍ଦ କରିଦିଆଗଲା । ଯାହା ଫଳରେ ଘରେ ରହୁଥିବା ବୃଦ୍ଧ ବ୍ୟକ୍ତି ଓ ଛୋଟ ପିଲାଙ୍କ ଚିକିତ୍ସା ଖର୍ଚ୍ଚ ବଢିଛି ଓ ଏହାର ପ୍ରଭାବ ପ୍ରାଇଭେଟ ସେକ୍ଟରରେ କାର୍ଯ୍ୟ କରୁଥିବା ଚାକିରିଆଙ୍କ ଉପରେ ପଡିଛି । ତେଣୁ ଭତ୍ତାକୁ ପୁନଃ ଆରମ୍ଭ କରାଯାଇ ପୁର୍ବର ୫୦ହଜାର ରାଶିକୁ ୧ ଲକ୍ଷ କରିଦିଆଯାଉ ।
ବର୍ତ୍ତମାନ ସ୍ୱାସ୍ଥ୍ୟ ବଜେଟରେ ଦେଶର ଜିଡିପିର ୧ ପ୍ରତିଶତ ରହିଛି । ଆଗାମୀ ବଜେଟରେ ଏହି ପରିମାଣକୁ ଦ୍ୱିଗୁଣା କରିବାର ଆଶା କରାଯାଉଛି । ଏହାର ସିଧା ସକରାତ୍ମକ ପ୍ରଭାବ ମଧ୍ୟବତିତ୍ତ ଶ୍ରେଣୀକୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking