27.1 C
Bhubaneswar
Thursday, April 25, 2024
Homeଓଡିଶାସୁକିନ୍ଦା ବିଧାୟକଙ୍କ ବିସ୍ଥାପନ ବିରୋଧୀ ଜନମଞ୍ଚ ଗଡ଼କୁ ଭେଦକରି ବିଜେଡ଼ି ଗଡ଼ ତୋଳିଲେ

ସୁକିନ୍ଦା ବିଧାୟକଙ୍କ ବିସ୍ଥାପନ ବିରୋଧୀ ଜନମଞ୍ଚ ଗଡ଼କୁ ଭେଦକରି ବିଜେଡ଼ି ଗଡ଼ ତୋଳିଲେ

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ମିଶ୍ରଣପର୍ବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି l ବିଧାୟକ ଇଂ ପ୍ରୀତରଂଜନ ଘଡେଇ କଂଗ୍ରେସ ଓ ବିଜେପି ସଂଗଠନକୁ ଭାଙ୍ଗି ଗୋଟିଏ ପରେ ଗୋଟିଏ ଗଡ଼ ଦଖଲ କରି ବିଜେଡ଼ିର ପତାକା ଉଡାଇବାରେ ସଫଳର ଚାବିକାଟି ଧରିଛନ୍ତି l ତାଙ୍କର ପିତା ପ୍ରଫୁଲ୍ଲ ବାବୁ ଯେଉଁ ଗଡ଼ରେ ପଶିପାରି ନଥିଲେ ସେହି ଗଡ଼କୁ ତାଙ୍କର ସୁପୁତ୍ର ଡ୍ୟାନିବାବୁ ବିସ୍ଥାପନ ବିରୋଧୀ ଜନମଞ୍ଚର ଅଭେଦ୍ୟ ଗଡ଼କୁ ପ୍ରବେଶ କରି ବିଜେଡ଼ିର ବାନା ଉଡାଇବାର ସକ୍ଷମ ହୋଇଛନ୍ତି l ବିସ୍ଥାପନ ବିରୋଧୀ ଜନମଞ୍ଚର 200ରୁ ଉର୍ଦ୍ଧ ସମର୍ଥକ ଓ ଆଗ ଧାଡି ନେତା ମାନଂକୁ ରବିବାର ବିଜେଡ଼ି ଦଳରେ ସାମିଲ କରି ଜୟ ନବୀନ ବାବୁ ଜୟ ଡ୍ୟାନି ବାବୁ ନାରାରେ ପ୍ରକମ୍ପିତ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି l

ଏହି ସମ୍ପର୍କରେ ବିଧାୟକ ଡ୍ୟାନି ବାବୁ ତାଙ୍କ ପ୍ରତି କ୍ରିୟାରେ କହନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ରାଜ୍ୟର ବିକାଶ ବିଭିନ୍ନ ଲୋକlମୁଖୀ ଯୋଜନାରେ ଜନସାଧାରଣମାନେ ଉପକୃତ ହେଉଛନ୍ତି l ରାଜ୍ୟ ପ୍ରଗତି ଓ ବିକାଶ ମାପକାଟି ବିଜେଡ଼ି ଦଳ ବିଜେଡ଼ି ବିକଳ୍ପ ରାଜ୍ୟ କେଉଁ ଦଳର ନାହଁ ତେଣୁ ବିଜେଡ଼ି ଦଳ ପ୍ରତି ସାଧାରଣ ଜନତା ଆସ୍ଥା ପ୍ରକଟ କରି ଅନ୍ୟ ଦଳକୁ ପରିତ୍ୟାଗ କରି ବିଜେଡ଼ିରେ ସାମିଲ ହେଉଛନ୍ତି ।

ବିସ୍ଥାପନ ବିରୋଧି ଜନମଞ୍ଚର ଶାଲୁରାମ ବଦ୍ରା, ନଟିଆ ଆଙ୍ଗରାଇ ଓ ବାବୁ ଜାମୁଡ଼ାଙ୍କ ସମେତ 2ଶହରୁ ଉର୍ଦ୍ଧ୍ୱ ବ୍ୟକ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ରାଜନୈତିକ ଆଦର୍ଶ ଭାବେ ଗ୍ରହଣ କରିଛନ୍ତି । ଚାନ୍ଦିଆ ଏବଂ ଗୋବରଘାଟି ପଞ୍ଚାୟତର ବିଜେପି-କଂଗ୍ରେସର ଦୃଢ଼ ସମର୍ଥକମାନେ ବିଜେଡ଼ିର ବିଚାରଧାରା ପ୍ରତି ଆକୃଷ୍ଟ ହୋଇଛନ୍ତି । ବିଜେଡ଼ିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରୀତିରଞ୍ଜନ ଘଡ଼ାଇ, ଏମାନଙ୍କୁ ନିଜ ଦଳରେ ସ୍ୱାଗତ କରିଛନ୍ତି। ଆଜିର ମିଶ୍ରଣ ଯୋଗୁ ବିଜେଡି ସଂଗଠନ ମଜଭୁତ ହେବା ସହ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଉନ୍ନୟନ ମୂଳକ କାର୍ଯ୍ୟର ଆହୁରି ଅଗ୍ରଗତି ହେବ।

ସୁକିନ୍ଦାରେ ଡ୍ୟାନି ବାବୁଙ୍କ ଚକମା ଓ ଦୁର ଦୃଷ୍ଟି କୌଶଳକୁ ଦେଖି ବିରୋଧୀଙ୍କ ଛନକା ପଶିଛି l ଅନ୍ୟପକ୍ଷରେ  ଓଡ଼ିଶାର ବିକାଶ ପାଇଁ ସମର୍ପିତ ବିଜୁ ଜନତାଦଳର ବିଚାରଧାରାରେ ଆକୃଷ୍ଟ ହୋଇଛନ୍ତି ଦାନଗଦି ବ୍ଲକର ବିଜେପି ସମର୍ଥକ। ଶାସକ ଦଳର ଲୋକାଭିମୁଖୀ କାର୍ଯ୍ୟ ଓ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଦୃଢ଼ ନେର୍ତ୍ତୃତ୍ୱରେ ପ୍ରଭାବିତ ହୋଇ ଦାନଗଦି ବ୍ଲକ ରଣାଗୁଣ୍ଡି ପଞ୍ଚାୟତ ରଗଡ଼ା ଗ୍ରାମର 13 ଜଣ ବିଜେପି କର୍ମୀ ବିଜେଡ଼ିରେ ଯୋଗ ଦେଇଛନ୍ତି। ବିଜେଡ଼ିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡ଼ାଇ,ଏମାନଙ୍କୁ ନିଜ ଦଳରେ ସ୍ୱାଗତ କରିଛନ୍ତି। ଆଜିର ମିଶ୍ରଣ ଯୋଗୁ ଦାନଗଦି ବ୍ଲକରେ ବିଜେଡି ସଂଗଠନ ମଜଭୁତ ହେବାର ଆଶାବ୍ୟକ୍ତ କରିଛନ୍ତି ବିଧାୟକ ଘଡାଇ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking