34.1 C
Bhubaneswar
Saturday, May 18, 2024
Homeବ୍ରେକୀଙ୍ଗଆକାଶଛୁଆଁ ହେଉଛି ପେଟ୍ରୋଲ ଦର

ଆକାଶଛୁଆଁ ହେଉଛି ପେଟ୍ରୋଲ ଦର

ମାଲକାନାଗିରି: ଗତ କିଛି ଦିନ ଦରି କ୍ରମାଗତ ଭାବରେ ବଢିଚାଲିଥିବା ପେଟ୍ରୋଲ ଦର ଏବେ ସବୁ ରେକର୍ଡ଼ ଭାଙ୍ଗି ୯୧ ଟଙ୍କା ପାର ହୋଇଛି । ମାଲକାନାଗିରିରେ ପେଟ୍ରୋଲ ଦର ୯୧ ଟଙ୍କା ୪୨ ପଇସାରେ ପହଞ୍ଚିଛି । ସେହିଭଳି ଡିଜେଲ ଦର ପ୍ରତି ଲିଟର ପିଛା ୮୭ ଟଙ୍କା ୬୬ ପଇସା ରହିଛି । ଏପଟେ ଭୁବନେଶ୍ୱରରେ ପେଟ୍ରୋଲ ଦର ୮୭ ଟଙ୍କା ୩୮ ପଇସା ହୋଇଥିବା ବେଳେ ଡିଜେଲ ଦର ୮୩ ଟଙ୍କା ୬୫ ପଇସା ରହିଛି । ରାଉରକେଲାରେ ପେଟ୍ରୋଲ ଦର ୮୭ ଟଙ୍କା ୩୮ ପଇସା ଥିବା ବେଲେ ଡିଜେଲ ଦର ୮୩ ଟଙ୍କା ୬୫ ପଇସା ରେ ପହଞ୍ଚିଛି ।

ଏପରି ତୈଳ ଦର ଏତେ ପରିମାଣରେ ବୃଦ୍ଧିକୁ ନେଇ ସବୁ ଶ୍ରେଣୀର ଲୋକେ ଏବେ ଚିନ୍ତାରେ ଅଛନ୍ତି । ଅହେତୁକ ତେଲ ଦର ବୃଦ୍ଧିରେ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଏକ ସପ୍ତାହ ଭିତରେ ପେଟ୍ରୋଲ ଦର ୮୫ ଟଙ୍କା ୩୬ ପଇସାରୁ ବୃଦ୍ଧି ହୋଇ ୮୬ ଟଙ୍କା ୩୬ ପଇସାରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking