37.1 C
Bhubaneswar
Saturday, May 18, 2024
Homeବ୍ରେକୀଙ୍ଗଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ ଅଭିଯୋଗ

ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ ଅଭିଯୋଗ

ଭୁବନେଶ୍ୱର : ଭୁବନେଶ୍ୱର ପଳାଷପଲ୍ଲୀ ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ ଅଭିଯୋଗ ହୋଇଛି । ସେହି ଅଭିଯୋଗର ତଦନ୍ତ ନେଇ ଆଜି ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷ। ସୁଲୋଚନା ଦାସ ସେଠାକୁ ଯିବେ । ଏହି ତାଲିମ କେନ୍ଦ୍ରରେ ସେକ୍ସ ରାକେଟ ହୋଇଥିବା ଅଭିଯୋଗ ଓ ଭାଇରାଲ ହୋଇଥିବା ଭିଡିଓର ସତ୍ୟତାର ଯାଞ୍ଚଞ୍ଚ କରିବେ । ଭିଡିଓ ଟି ସତ ନା ଏହାକୁ ଏଡିଟ କରାଯାଇ ତିଆରି କରାଯାଇଛି ତାହାର ସତ୍ୟତା ଯାଞ୍ଚ କରାଯିବ । ଏହାସହ ଭିନ୍ନକ୍ଷମର ଅଧ୍ୟକ୍ଷା ତାଲିମ କେନ୍ଦ୍ରର ଅନ୍ତେବାସୀଙ୍କୁ ପଚରାଉଚରା କରିବେ ବୋଲି ସୂଚନା ମିଳିଛି । ସେମାନେ ଏହି ସେକ୍ସ ରାକେଟ ନେଇ କମିଶନରଙ୍କ ପାଖରେ ଅଭିଯୋଗ କରିପାରନ୍ତି । କିନ୍ତୁ ଏବେ ଯାଏଁ ସେମାନେ କମିଶନରଙ୍କ ପାଖକୁ କାହିଁକି ଯାଇନାହାନ୍ତି ତାହାର କାରଣ ମଧ୍ୟ ତଦନ୍ତ କରାଯିବ ।

ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଅନୈତିକ କାର୍ଯ୍ୟକୁ ନେଇ ଡିସେମ୍ବର ମାସରୁ ଏୟାରପୋର୍ଟ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗରେ ସେକ୍ସ ରାକେଟ କଥା ଉଲ୍ଲଖ ଥିଲା କି ନାହିଁ ଓ ଯଦି ଥିଲା ତେବେ ପୋଲିସ କାହିଁକି ଏବେ ଯାଏଁ କୌଣସି ପଦକ୍ଷେପ ନେଇନାହିଁ ତାହା ମଧ୍ୟ ଯାଞ୍ଚ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking