29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମଙ୍ଗଳ ମିଶନରେ ସାମିଲ ହେବ ହେଲିକପ୍ଟର

ମଙ୍ଗଳ ମିଶନରେ ସାମିଲ ହେବ ହେଲିକପ୍ଟର

ନୂଆଦିଲ୍ଲୀ: ମଙ୍ଗଳ ମିଶନରେ ସାମିଲ ହେବାକୁ ଯାଉଛି ହେଲିକପ୍ଟର। ଏହାକୁ ନାସାର ଇନଜେନିଟି ଡ୍ରୋନ ଆଧାରରେ ବିକଶିତ କରାଯିବ।ଇସ୍ରୋ ଏକ ଲ୍ୟାଣ୍ଡର ସହାୟତାରେ ମଙ୍ଗଳକୁ ହେଲିକପ୍ଟର ପଠାଇବାର ଯୋଜନା କରୁଛି। ନାସାର ଇନଜେନିଟି ଡ୍ରୋନ ମଙ୍ଗଳରେ ୩ ବର୍ଷ ପର୍ଯ୍ୟନ୍ତ ୭୨ ଥର ଉଡ଼ାଣ କରିବା ସହିତ ୧୮ କିଲୋମିଟର ଯାତ୍ରା କରିଥିଲା। ଇସ୍ରୋ ଏଭଳି ହେଲିକପ୍ଟର ପଠାଇବାକୁ ଯୋଜନା କରୁଛି। ଏଥିରେ ତାପମାନ ସେନସର, ଆଦ୍ରତା ସେନସର, ପବନ ଗତି ସେନସର, ବିଦ୍ୟୁତ ସେନସର ପ୍ରୃତି କେତେକ ଉପକରଣ ରହିବ ବୋଲି କୁହାଯାଉଛି। ଇସ୍ରୋର ହେଲିକପ୍ଟର ମଙ୍ଗଳରେ ୧୦୦ ମିଟର ଉଚ୍ଚରେ ଉଡ଼ାଣ କରିବାର ଯୋଜନା ପ୍ରସ୍ତୁତ କରାଯାଉଛି। ଏଥିରେ ମାର୍ଟିୟନ ବାଉଣ୍ଡ୍ରି ଲେୟାର ଏକ୍ସପ୍ଲୋରର ନାମ ଏକ ଉପକରଣ ସଂଯୁକ୍ତ କରାଯିବ। ଏହା ମଙ୍ଗଳର ବାୟୁମଣ୍ଡଳର ସରଂଚନା ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ ସକ୍ଷମ ହେବ।ଇସ୍ରୋର ମାର୍ବଲ ମିଶନ ଦ୍ବାରା ସଂଗ୍ରହ କରାଯାଇଥିବା ତଥ୍ୟ ପରବର୍ତ୍ତୀ ସମୟରେ ମଙ୍ଗଳଗ୍ରହ ସମ୍ପର୍କରେ ବିଭିନ୍ନ ତଥ୍ୟ ଯୋଗାଇବାରେ ସକ୍ଷମ ହେବ ଏବଂ ମଙ୍ଗଳରେ ବସତି ସ୍ଥାପନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking