ଯାଜପୁର : ରବିବାର ପବିତ୍ର ବ୍ୟାସ ଓ ଗୁରୁ ପୂର୍ଣ୍ଣିମା ଏହି ଦିନ ମହର୍ଷି ବ୍ୟାସଦେବ ଜନ୍ମ ଗ୍ରହଣ କରିଥିଲେ | ସେ ଗୁରୁ ରୂପେ ସମଗ୍ର ଆର୍ଯ୍ୟାବର୍ତ୍ତରେ ପରିଚିତ ଥିଲେ | ବ୍ୟାସଦେବ ଅଷ୍ଟାଦଶ ପୁରାଣ ର ରଚନା କରିଥିଲେ | ଏହି ପୁରାଣ ଶାସ୍ତ୍ର ମାଧ୍ୟମରେ ଜଗତକୁ ଶିକ୍ଷାର ଆଲୋକ ବର୍ତ୍ତିକା ପ୍ରଦାନ କରିଥିଲେ | ସନାତନ ଧର୍ମରେ ରହି ଆସିଥିବା ଗୁରୁଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ପରିପ୍ରେକ୍ଷୀରେ ଭିକିପୁରୁ ସ୍ଥିତ ସଦାବ୍ରତ ମଠରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସଦାବ୍ରତ ମଠର ମଠାଧୀଶ ସୀତାରାମ ଦାସଙ୍କ ୭ମ ବ୍ରହ୍ମଲୀନ୍ନ ଦିବସ ପାଳିତ ହୋଇଥିଲା | ସାଧୁ ସୀତାରାମ ଦାସଙ୍କ ସମାଧି ପୀଠରେ ବୈଦିକ ରୀତିନୀତି ଅନୁଯାୟୀ ପିଜାର୍ଚ୍ଚନା କରାଯାଇଥିଲା | ଏହି ଅବସରରେ ମଠ ପରିସରରେ ବୋହୁ ଶିଷ୍ୟ ଓ ଅନୁଗାମୀ ମାନେ ଯୋଗଦେଇ ଗୁରୁ ବନ୍ଦନା, ହରିନାମ ସଂକୀର୍ତ୍ତନ ଓ ହରିବୋଲ ହୁଳହୁଳିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା | ଇତ୍ୟାବସରରେ ମଠର ଗୁରୁଜୀ ବାବଜି ଦିନଦୟାଲ ସରସ୍ବତୀ ଏବଂ ପୁରୀ କରମଳାର ବାବାଜୀ ନୀଳାମ୍ବର ଦାସ ଓ ବାଙ୍କାଵିହାରୀ ମଠର ବାବାଜୀ ଜଗନ୍ନାଥ ଦାସଙ୍କୁ ଅନୁଗାମୀ ମାନେ ପୂଜା ଅର୍ଚନା କରିଥିଲେ | ବର୍ତ୍ତମାନ ସମୟରେ ସମାଜ କଳୁଷିତ ହୋଇ ଚାଲିଛି ଏଥିରୁ ନିବୃତ ରହିବା ସହ ସଂସାରରେ ଗୁରୁ ଶିଷ୍ୟ ପରମ୍ପରା ଉପରେ ତାଙ୍କର ବହୁମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ | ଏହି ପବିତ୍ର ଦିବସରେ ଆଖ ପାଖ ଅଞ୍ଚଳର ବୋହୁ ଭକ୍ତ ଶ୍ରଦ୍ଧାଳୁ ଓ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ |