27.1 C
Bhubaneswar
Saturday, July 27, 2024
Homeଓଡିଶାଧାନକଳରେ ଅଘଟଣ ଘଟି ମହିଳାଙ୍କ ମୃତ୍ୟୁ

ଧାନକଳରେ ଅଘଟଣ ଘଟି ମହିଳାଙ୍କ ମୃତ୍ୟୁ

ଖଡ଼ିଆଳ: ଧାନକଳରେ ଅସାବଧାନତା ହେତୁ ଚାଲିଗଲା ମହିଳାଙ୍କ ଜୀବନ । ସୂଚନାନୁସାରେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଟିମନପୁର ଗ୍ରାମରେ ଏକ ଧାନକଳରେ ଶାଢ଼ୀ ଲାଗି ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଘଟଣା ଏତେ ଭୟଙ୍କର ଥିଲା ଯେ ମୃତକ ମହିଳାଙ୍କ ମୁଣ୍ଡ ଦେହରୁ ଅଲଗା ହୋଇ ଯାଇଥିଲା।ମୃତ ମହିଳା ହେଲେ ହୀରାପୁର ଗାଁର ତୁଲସେ ବନ୍ଦୀଛୋର। ଚାଉଳ ପ୍ରସ୍ତୁତି ପାଇଁ ସେ ଧାନକଳକୁ ଧାନ ଆଣିଥିଲେ। ହଠାତ ମହିଳାଙ୍କ ଶାଢ଼ୀ ଧାନକଳରେ ଲାଗି ଯିବାରୁ ଘଟଣାସ୍ଥଳରେ ତୁଲସେଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking