25.8 C
Bhubaneswar
Saturday, July 27, 2024
Homeମନୋରଞ୍ଜନନିର୍ଦ୍ଦେଶକ କୁମାର ଶାହାନିଙ୍କ ପରଲୋକ

ନିର୍ଦ୍ଦେଶକ କୁମାର ଶାହାନିଙ୍କ ପରଲୋକ

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ନିର୍ଦ୍ଦେଶକ କୁମାର ଶାହାନିଙ୍କ ପରଲୋକ ଘଟିଛି । ତାଙ୍କ ଦ୍ୱାରା ନିର୍ମିତ ‘ମାୟା ଦର୍ପଣ’ ଏବଂ ‘ତରଙ୍ଗ’ ଭଳି ଚଳଚ୍ଚିତ୍ରରେ ସେ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ନିର୍ଦ୍ଦେଶକ କୁମାର ଶାହାନି ପସୋଲିନି ଏବଂ ତାରକୋଭସ୍କି ପରି ମହାନ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ । କାହାଣୀ ଲେଖିବାର ଅନନ୍ୟ ଶୈଳୀ ପାଇଁ କୁମାର ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ନିର୍ଦ୍ଦେଶକ ସହିତ କୁମାର ଶାହାନୀ ଜଣେ ଶିକ୍ଷାବିତ୍ ତଥା ଲେଖକ ମଧ୍ୟ ଥିଲେ। ସେ ‘ଦ ଶକ ଅଫ ଡିଜାୟର ଆଣ୍ଡ ଅଦର ଏସେଜ’ ଭଳି ପୁସ୍ତକ ଲେଖିଛନ୍ତି। । କୁମାର ଶାହାନି ନିର୍ମଳ ବର୍ମାଙ୍କ କାହାଣୀ ଉପରେ ଆଧାର ‘ମାୟା ଦର୍ପଣ’ ନିର୍ମାଣ କରିଥିଲେ। ଏହି ଚଳଚ୍ଚିତ୍ରଟି ଶ୍ରେଷ୍ଠ ଫିଚର ଚଳଚ୍ଚିତ୍ର ବର୍ଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା। କୁମାର ଶାହାନି ‘ତରଙ୍ଗ’, ‘ଖିଆଲ ଗାଥା’, ‘କସବା’ ଏବଂ ‘ଚାର ଅଧ୍ୟାୟ’ ଭଳି ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।ତାଙ୍କର ଚଳଚ୍ଚିତ୍ର ଏବଂ ପ୍ରବନ୍ଧଗୁଡ଼ିକ ଭବିଷ୍ୟତରେ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଅନେକ ପ୍ରେରଣା ଯୋଗାଇବ ବୋଲି କୁହାଯାଉଛି।୧୯୯୭ ମସିହାରେ କୁମାର ଶାହନିଙ୍କ ‘ଚାର ଅଧ୍ୟାୟ’ ମୁକ୍ତିଲାଭ କରିଥିଲା, ଯାହାକି ରବୀନ୍ଦ୍ରନାଥ ଟାଗୋରଙ୍କ ୧୯୪୩ ଉପନ୍ୟାସ ଉପରେ ଆଧାରିତ ଥିଲା। କୁମାର ଶାହନି କେବଳ ଜାତୀୟ ପୁରସ୍କାର ଜିତି ନାହାଁନ୍ତି ବରଂ ବିଭିନ୍ନ ସମୟରେ ୩ ଟି ଫିଲ୍ମଫେୟାର ପୁରସ୍କାର ମଧ୍ୟ ପ୍ରାପ୍ତ କରିଛନ୍ତି। ୨୦୦୪ ପରେ ସେ ଚଳଚ୍ଚିତ୍ର ନିର୍ମାଣ ଛାଡି ଲେଖିବା ଏବଂ ଶିକ୍ଷାଦାନ ଆରମ୍ଭ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking