27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମରାଠା ସଂରକ୍ଷଣ ବିଲ୍ ବିଧାନସଭାରେ ପାରିତ

ମରାଠା ସଂରକ୍ଷଣ ବିଲ୍ ବିଧାନସଭାରେ ପାରିତ

ମୁମ୍ବାଇ: ବହୁ ବାଦ ବିବାଦ ମଧ୍ୟରେ ଆଜି ଶେଷରେ ମରାଠା ସଂରକ୍ଷଣ ବିଲ୍ ମହାରାଷ୍ଟ୍ର ବିଧାନସଭାରେ ବାଚନିକ ଭୋଟ୍ ଆଧାରରେ ପାରିତ ହୋଇଛି । ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ତାଙ୍କ ସରକାର କାହା ପ୍ରତି ଅନ୍ୟାୟ ହେବାକୁ ଦେବେ ନାହିଁ । ରାଜ୍ୟର ପ୍ରତ୍ୟେକ ବର୍ଗର ଅଧିକାର ପ୍ରତି ତାଙ୍କ ସରକାର ଯତ୍ନବାନ ରହିଛି । ପ୍ରକାଶ, ଏହି ବିଲ୍‌ରେ ମରାଠା ସମ୍ପ୍ରଦାୟର ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ୧୦% ସଂରକ୍ଷଣ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି । ଶିନ୍ଦେଙ୍କ କହିବାନୁସାରେ ଏହି ବ୍ୟବସ୍ଥା ପାଇଁ ଅନ୍ୟ କୌଣସି ସଂରକ୍ଷଣ ବ୍ୟବସ୍ଥାରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ । ସୁତରାଂ ଏହାକୁ ନେଇ କୌଣସି ବର୍ଗ ପକ୍ଷରୁ ଅଭିଯୋଗର ସାମାନ୍ୟତମ କାରଣ ନାହିଁ ।

ମନୋଜ ଜରାଙ୍ଗେ ନାମକ ଜଣେ ମରାଠା ସମ୍ପ୍ରଦାୟର ନେତା, ମରାଠାଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଦାବି କରି ବେଶ୍ କିଛି ଦିନ ହେବ ଆମରଣ ଅନଶନଜନିତ ଆନ୍ଦୋଳନ ଚଳାଇଥିଲେ । ସରକାର ତାଙ୍କୁ ଏଦିଗରେ ସଂରକ୍ଷଣ ପ୍ରଦାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଆଜି ଶେଷରେ ସରକାର ଏହି ବିଲ୍‌କୁ ପାରିତ କରାଇଛନ୍ତି । ତେବେ ଆଗାମୀ ଦିନରେ ଏହି ବିଲ୍ ସମ୍ପର୍କୀତ ରହିଥିବା ଅନ୍ୟାନ୍ୟ ଆଇନ୍‌ଗତ ପ୍ରକ୍ରିୟାକୁ ଶେଷ କରିବା ଦିଗରେ ରାଜ୍ୟ ସରକାର କାମ କରିବେ ବୋଲି ଶିନ୍ଦେ ସୂଚନା ଦେଇଛନ୍ତି । ଏହି ବିଲ୍ ବିଧାନ ପରିଷଦରେ ଉପସ୍ଥାପିତ ହେବ ଏବଂ ପରେ ରାଜ୍ୟପାଳଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ । ରାଜ୍ୟପାଳଙ୍କ ଅନୁମୋଦନ ମିଳିବା ପରେ ଏହା ଆଇନ୍‌ରେ ପରିଣତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking