27.1 C
Bhubaneswar
Wednesday, June 26, 2024
Homeଅପରାଧଝିମିଟି ଖେଳରୁ ମହାଭାରତ ; ଗୁପଚୁପ ଖାଇବାକୁ ନେଇ ମାରପିଟ

ଝିମିଟି ଖେଳରୁ ମହାଭାରତ ; ଗୁପଚୁପ ଖାଇବାକୁ ନେଇ ମାରପିଟ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର କାନପୁରରେ ଘଟିଛି ଅଭାବନୀୟ ଘଟଣା । ଗୁପଚୁପ ଖାଇବାକୁ ନେଇ ହେଲା ମହାଭାରତ । ତେବେ ଏହି ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି ପୋଲିସ ଓ ପ୍ରାୟ ୨୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ଫତେପୁର ରୋଶନାଇ ଗାଁର ସତ୍ୟମ ସିଂହ ରାଜେନ୍ଦ୍ର ଛକ ନିକଟରେ ଗତ ବୁଧବାର କାର୍‌ରୁ ଓହ୍ଲାଇଥିଲେ। ସେଠାରେ ପୂର୍ବରୁ ଗଙ୍ଗା ସିଂହ ନାମକ ଯୁବକ ଏକ ଠେଲାରେ ଗୁପଚୁପ ଖାଉଥିଲେ। ସତ୍ୟମ ସିଂହ ସେଠାକୁ ଗୁପଚୁପ୍‌ ଖାଇବାକୁ ଯିବା ବେଳେ କୌଣସି କଥାକୁ ନେଇ ଉଭୟ ଯୁବକଙ୍କ ମଧ୍ୟରେ ମାରପିଟ ହୋଇଥିଲ। ଏହି ଘଟଣାରେ ପ୍ରାୟ ୨୦ରୁ ଅଧିକ ଯୁବକଙ୍କ ନାଁରେ ମାମଲା ରୁଜୁ କରିଥିଲା ପୁଲିସ୍‌। ଏନେଇ ଉକ୍ତ ଯୁବକମାନେ ଗତକାଲି ଅପରପକ୍ଷର ଦୋକାନ ଉପରେ ଆକ୍ରମଣ କରିଥିଲେ। ସେମାନଙ୍କ ନାମରେ ମିଥ୍ୟା ଅଭିଯୋଗରେ ମାମଲା ରୁଜୁ ହୋଇଥିବା ଅଭିଯୋଗ କରି ସେମାନେ ରକ୍ତମୁଖା ପାଲଟିଥିଲେ।ଏହାପରେ ହିତାହିତ ଜ୍ଞାନ ଭୁଲି ସେମାନେ ବାଡ଼ିରେ ଆଖିବୁଜା ପିଟିବା ସହ ପଥର ବି ଫିଙ୍ଗାଫିଙ୍ଗି ହୋଇଥିଲେ। ଏପରିକି ରାସ୍ତାରେ ଯାଉଥିବା ଲୋକଙ୍କୁ ବି ପିଟିବା ସହ ଆଖପାଖ ଘରେ ପଶି ମହିଳା, ଶିଶୁଙ୍କୁ ବି ନିର୍ଧୂମ ମାଡ଼ ମାରିଥିଲେ। ଏହାଦେଖି ଦୋକାନ ମାଲିକ ରବି ଗୁପ୍ତା ଛାତ ଉପରକୁ ଚାଲି ଯାଇ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇଥିଲେ। ଏଥିରେ ପ୍ରାୟ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ପୁଲିସ୍‌ ଉପରକୁ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ। ଏହାପରେ ଅଧିକ ଫୋର୍ସ ମଗାଯାଇ ପୁଲିସ୍‌ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking