32.1 C
Bhubaneswar
Sunday, April 28, 2024
Homeକରୋନାଚତୁର୍ଥ ଲହରରେ ସାମାନ୍ୟ ପ୍ରଭାବିତ ହେବ ଭାରତୀୟ ଅର୍ଥବ୍ୟବସ୍ଥା: ନୋମୁରା

ଚତୁର୍ଥ ଲହରରେ ସାମାନ୍ୟ ପ୍ରଭାବିତ ହେବ ଭାରତୀୟ ଅର୍ଥବ୍ୟବସ୍ଥା: ନୋମୁରା

ନୂଆଦିଲ୍ଲୀ : କରୋନାର ଚତୁର୍ଥ ଲହର ଭାରତରେ ପ୍ରଭବହୀନ ରହିଛି । ମାତ୍ର ବିଶ୍ୱରେ ଏହାର ବର୍ଦ୍ଧିତ ପ୍ରଭାବକୁ ଦେଖି ଏହାର ଭୟାବହତା ଅନୁମାନ କରାଯାଇପାରେ । ବିଶ୍ୱ ବଜାର ପ୍ରଭାବିତ ହୋଇଥିଲେ ହେଁ ଭାରତ ଏତେଟା ପ୍ରଭାବିତ ହେବ ନାହିଁ ବୋଲି କହିଛି ଫାଇନାନ୍ସ ବ୍ରୋକରେଜ୍ କମ୍ପାନୀ ନୋମୁରା । ଭାରତୀୟ ବଜାରରେ ଅଳ୍ପରୁ ମଧ୍ୟମ ଧରଣର ପ୍ରଭାବ ରହିପାରେ ବୋଲି କମ୍ପାନୀ କହିଛି । ଏହି ସମୟରେ ଉଚ୍ଚ ମୁଦ୍ରାସ୍ପୀତି, ଘରୋଇ ନିବେଶରେ ହ୍ରାସ ଏବଂ ବିଶ୍ୱ ବଜାରରେ ଦୁର୍ବଳତା ଦେଖାଦେଇପାରେ ବୋଲି ନୋମୁରା ଅନ୍ୟ ଏକ ରିପୋର୍ଟରେ କହିଛି । ସରକାରଙ୍କ ସହଜ ମୁଦ୍ରା ନୀତି ଏବଂ ସରକାରୀ ନିବେଶ ହେତୁ ଅଭିବୃଦ୍ଧି ଜାରି ରହିବ । ନୋମୁରା ନିକଟରେ ଆର୍ôଥକ ବର୍ଷ ୨୦୨୨-୨୩ ପାଇଁ ଭାରତର ଅଭିବୃଦ୍ଧିକୁ ୭.୪ ପ୍ରତିଶତକୁ ହ୍ରାସ କରିଥିଲା, ଯାହା ୨୦୨୧-୨୨ରେ ୮.୪ ପ୍ରତିଶତ ଥିଲା । କରୋନା ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ଥିବା ଚାହିଦାରେ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଦେଶରେ ଏବେ ସମୁଦାୟ ଚାହିଦା ବୃଦ୍ଧି ପାଇ ୧୫ ପ୍ରତିଶତରେ ପହଁଞ୍ଚିଥିବା ବେଳେ ଯୋଗାଣ ଚାହିଦା ମଧ୍ୟ ବୃଦ୍ଧି ପାଇ ୯ ପ୍ରତିଶତରେ ପହଞ୍ଚିଛି । ଏଥି ସହିତ ଦେଶରେ ନିବେଶ ଏବଂ ଲୋକଙ୍କ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଛି । ତେବେ କରୋନା ସମୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଚାକିରି କ୍ଷେତ୍ରରେ କୌଣସି ଅଭିବୃଦ୍ଧି ହୋଇନାହିଁ ବୋଲି ନୋମୁରା ପକ୍ଷରୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking