40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଫ୍ରେଞ୍ଚ୍ ଓପନ୍‌ରେ ବିପର୍ଯ୍ୟୟ ଧାରା ଜାରି: ପ୍ରଥମ ରାଉଣ୍ଡ୍‌ରୁ ଓସାକା ଓ କ୍ରେଜିକୋଭା ଆଉଟ୍‌

ଫ୍ରେଞ୍ଚ୍ ଓପନ୍‌ରେ ବିପର୍ଯ୍ୟୟ ଧାରା ଜାରି: ପ୍ରଥମ ରାଉଣ୍ଡ୍‌ରୁ ଓସାକା ଓ କ୍ରେଜିକୋଭା ଆଉଟ୍‌

ପ୍ୟାରିସ: ଚଳିତ ଫ୍ରେଞ୍ଚ୍ ଓପନ୍‌ରେ ସୋମବାର ମଧ୍ୟ ବିପର୍ଯ୍ୟୟ ଧାରା ଜାରି ରହିଛି । ପ୍ରଥମ ଦିନରେ ରବିବାର ପ୍ରଥମ ରାଉଣ୍ଡ୍‌ରୁ ତିନି ଜଣ ତାରକା ଖେଳାଳି ଡୋମିନିକ୍ ଥିମ୍‌, ଓନସ୍ ଜାବିଉର୍ ଓ ଗାର୍ବାଇନ୍ ମୁଗୁରୁଜା ହାରିଯାଇଥିଲେ । ଦ୍ୱିତୀୟ ଦିନରେ ୪ ଥରର ଗ୍ରାଣ୍ଡସ୍ଲାମ୍ ଚାମ୍ପିଅନ୍ ନାଓମୀ ଓସାକା ଓ ଡିଫେଣ୍ଡିଂ ଚାମ୍ପିଅନ୍ ବାର୍ବୋରା କ୍ରେଜିକୋଭା ଦ୍ୱିତୀୟ ରାଉଣ୍ଡ୍ ପର୍ଯ୍ୟନ୍ତ ବି ଯାଇପାରିନାହାନ୍ତି । ଦ୍ୱିତୀୟ ସିଡ୍ ଚେକ୍ ଗଣରାଜ୍ୟର କ୍ରେଜିକୋଭାଙ୍କୁ ସ୍ଥାନୀୟ ଖେଳାଳି ଡାଏନ୍ ପ୍ୟାରୀ ୧-୬, ୬-୨,୬-୩ରେ ପରାସ୍ତ କରିଥିବା ବେଳେ ଜାପାନୀ ଖେଳାଳି ଓସାକା ଆମେରିକାର ୨୭ ନମ୍ବର ଖେଳାଳି ଆମାଣ୍ଡା ଆନିସିମୋଭାଙ୍କଠାରୁ ୫-୭, ୪-୬ରେ ପରାସ୍ତ ହୋଇଛନ୍ତି । ଗତବର୍ଷ ଏଠାରେ କ୍ରେଜିକୋଭା ରୁଷିଆର ଆନାଷ୍ଟାସିଆ ପାଭ୍‌ଲ୍ୟୁଚେଙ୍କୋଭାଙ୍କୁ ହରାଇ ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଥିଲେ । କିନ୍ତୁ ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ୍‌ରେ ତାଙ୍କର ଶୋଚନୀୟ ପ୍ରଦର୍ଶନ ଦେଖିବାକୁ ମିଳିଛି । ଗତ ଫେବୃଆରୀ ପରଠାରୁ ସେ ଆଘାତ କାରଣରୁ କୌଣସି ପେସାଦର ଟେନିସ୍ ଖେଳି ନ ଥିବାରୁ ଏହା ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିଥିବା ପରିଲକ୍ଷିତ ହୋଇଥିଲା । ୯୭ତମ ର‌୍ୟାଙ୍କ୍‌ର ପ୍ୟାରୀ ପ୍ରଥମ ଥର ପାଇଁ ତାଙ୍କ କ୍ୟାରିୟର୍‌ରେ କୌଣସି ଟପ୍‌-୧୦ ଖେଳାଳିଙ୍କୁ ଭେଟିଥିଲେ ହେଁ ମ୍ୟାଚର ପ୍ରଥମ ସେଟ୍‌ିକୁ ମାତ୍ର ୩୪ ମିନିଟ୍ ଭିତରେ ଜିତିନେଇଥିଲେ । ୧୯ ବର୍ଷୀୟା ପ୍ୟାରୀ ଦ୍ୱିତୀୟ ରାଉଣ୍ଡରେ କଲମ୍ବିଆର କାମିଲା ଓସୋରିଓଙ୍କୁ ଭେଟିବେ । ଅନ୍ୟପକ୍ଷରେ ବିଶ୍ୱର ଏକ ନମ୍ବର ମହିଳା ଖେଳାଳି ଇଗା ସ୍ୱିଆଟେକ୍ ବିଜୟ ସହ ତାଙ୍କର ଅଭିଯାନ ଆରମ୍ଭ କରିଛନ୍ତି । ଟୁର୍ଣ୍ଣାମେଣ୍ଟ୍‌ର ଏହି ଅନ୍ୟତମ ଫେବରିଟ୍ ଖେଳାଳି ଜଣକ ସୋମବାର ତାଙ୍କ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ୟୁକ୍ରେନ୍‌ର ଲେସିଆ ଟିସୁରେଙ୍କୋଙ୍କୁ ୬-୨, ୬-୦ରେ ପରାସ୍ତ କରିଛନ୍ତି । ଏଥିସହ ସେ ତାଙ୍କର କ୍ରମାଗତ ୨୯ତମ ବିଜୟ ହାସଲ କରିଛନ୍ତି । ଫ୍ରେଞ୍ଚ୍ ଓପନ୍ ପୂର୍ବରୁ ସେ ଇଟାଲିଆନ୍ ଓପନ୍‌, ଷ୍ଟଟ୍‌ଗାର୍ଟ ଓପନ୍‌, ମିଆମି ଓପନ୍‌, କତାର ଓପନ୍ ଓ ଇଣ୍ଡିଆନ୍ ୱେଲ୍ସ ମାଷ୍ଟର୍ସରେ ଅପରାଜେୟ ରହିଥିଲେ । ଆହୁରି ପଞ୍ଚଦଶ ସିଡ୍ ବେଲାରୁଷ୍ ଖେଳାଳି ଭିକ୍ଟୋରିଆ ଆଜାରେଙ୍କା ୬-୭(୭/୯), ୭-୬(୭/୧),୬-୨ ସେଟ୍‌ରେ ରୋମାନିଆର ଆନା ବୋଗଡାନ୍‌ଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡ୍‌ରେ ପହଞ୍ଚିଛନ୍ତି । ଏହି ରାଉଣ୍ଡ୍‌ରେ ସେ ଜର୍ମାନୀର ଆଣ୍ଡ୍ରିଆ ପେଟକୋଭିକ୍‌ଙ୍କୁ ଭେଟିବେ । କାରଣ ପେଟକୋଭିକ୍ ତାଙ୍କ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ଫ୍ରାନ୍ସର ଓସିନ୍ ଡୋଡିନ୍‌ଙ୍କୁ ହରାଇଛନ୍ତି ।
ସେହିପରି ପୁରୁଷ ସିଙ୍ଗଲ୍ସରେ ବ୍ରିଟେନ୍‌ର ଦଶମ ସିଡ୍ କାମେରନ୍ ନୋରି ତାଙ୍କ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ମାନୁଏଲ୍ ଗୁନାର୍ଡଙ୍କୁ ୭-୫, ୬-୨, ୬-୦ରେ ପରାସ୍ତ କରିଛନ୍ତି । ଦ୍ୱିତୀୟ ରାଉଣ୍ଡ୍‌ରେ ତାଙ୍କର ଅଷ୍ଟ୍ରେଲିଆର ଜେସନ୍ କୁବଲରଙ୍କ ସହ ଭେଟ ହେବ । କାରଣ କୁବଲର୍ ତାଙ୍କ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଆମେରିକାର ଡେନିସ୍ କୁଡଲାଙ୍କୁ ୭-୬(୭/୫), ୭-୬(୭/୨),୭-୬(୭/୩)ରେ ପରାସ୍ତ କରିଛନ୍ତି । ଆହୁରି ୧୩ ଥରର ଚାମ୍ପିଅନ୍ ସ୍ପେନ୍‌ର ପଞ୍ଚମ ସିଡ୍ ରାଫେଲ୍ ନାଡାଲ୍ ଅଷ୍ଟ୍ରେଲିଆର ଜୋର୍ଡାନ୍ ଥମ୍ପ୍‌ସନ୍‌ଙ୍କୁ ୬-୨,୬-୨,୬-୨ରେ ହରାଇଛନ୍ତି । ଦ୍ୱିତୀୟ ରାଉଣ୍ଡ୍‌ରେ ତାଙ୍କର ସ୍ଥାନୀୟ ଖେଳାଳି କୋରେଣ୍ଟିନ୍ ମୁଟେଟ୍‌ଙ୍କ ସହ ହେବ । ୱାଲଇଡ୍ କାର୍ଡ ମାଧ୍ୟମରେ ମୁଖ୍ୟ ରାଉଣ୍ଡ୍‌ରେ ସ୍ଥାନ ପାଇଥିବା ମୁଟେଟ୍ ତାଙ୍କର ପ୍ରଥମ ମୁକାବିଲାରେ ୨୦୧୫ ଚାମ୍ପିଅନ୍ ସ୍ୱିଜରଲାଣ୍ଡ୍‌ର ଷ୍ଟାନିସ୍ଲାସ୍ ୱାରିଙ୍କାଙ୍କୁ ୨-୬,୬-୩,୭-୬(୭/୨), ୬-୩ରେ ପରାସ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking