34.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶସାଓମିର ୫୫୫୧.୨୭ କୋଟି ଜବତ କଲା ଇଡି

ସାଓମିର ୫୫୫୧.୨୭ କୋଟି ଜବତ କଲା ଇଡି

ନୂଆଦିଲ୍ଲୀ: ଚୀନ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ସାଓମି ଉପରେ ବଡ଼ ଧରଣର ଚଢାଉ କରିଛି ପ୍ରବର୍ତ୍ତନ ନିଦର୍ଦ୍ଦଶାଳୟ (ଇଡି) । ଏହି ମାମଲାରେ ଇଡି ପକ୍ଷରୁ ସାଓମି ଇଣ୍ଡିଆର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯିବା ସହିତ ୫୫୫୧.୨୭ କୋଟି ଜବତ କରାଯାଇଛି । ଇଡି ପକ୍ଷରୁ ଏକ ବିବୃତ୍ତି ଜାରି କରି ସୂଚନା ପ୍ରଦାନ କରାଯାଇଛଇ । କମ୍ପାନୀ ଦ୍ୱାରା କରାଯାଇଥିବା ଠକେଇ ଉପରେ ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ,୧୯୯୯ ଅନୁଯାୟୀ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ସାଓମି ଭାରତରେ ଏମଅ।।ଇ ଏବଂ ରେଡମୀ ନାମରେ ଫୋନ ଏବଂ ଅନ୍ୟାନ୍ୟ ବିଦ୍ୟୁତ୍ ଉପକରଣ ବ୍ୟବସାୟ କରିଥାଏ । ଚଳିତ ବର୍ଷ ଫେବୃଆରୀ ମାସରେ କମ୍ପାନୀ ବେଆଇନ ଭାବରେ ବିଦେଶ ଟଙ୍କା ପଠାଇଥିବା ଅଭିଯୋଗରେ ଏହି ତଦନ୍ତ ଆରମ୍ଭ ହୋଇଥିବା ଇଡି ପକ୍ଷରୁ କୁହାଯାଇଛି । ଏହା ପରେ ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (ଫେମା)ର ନିୟମ ଉଲଂଘନ କରିବା ସହିତ ଅର୍ଥ ହେରଫେର ଅଭିଯୋଗରେ କମ୍ପାନୀ ଆକାଉଣ୍ଟରେ ଜମା ଜବତ କରାଯାଇଥିଲା । ପୂର୍ବରୁ ଇଡି ପକ୍ଷରୁ ଚଢାଉକୁ ନେଇ ଚୀନ ପକ୍ଷରୁ ନିରପେକ୍ଷ ତଦନ୍ତ ଦାବି କରାଯାଇଥିଲା । କମ୍ପାନୀ ଆକାଉଣ୍ଟରଚୁ ବିଦେଶି କମ୍ପାନୀ ଗୁଡିକୁ ମୋଟ୍ ୫,୫୫୧.୨୭ କୋଟି ଟଙ୍କା ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking