32.1 C
Bhubaneswar
Friday, April 26, 2024
Homeଓଡିଶାବାବଲପୁରରେ ଗଜଲକ୍ଷ୍ମୀଙ୍କ ବିସର୍ଜନ

ବାବଲପୁରରେ ଗଜଲକ୍ଷ୍ମୀଙ୍କ ବିସର୍ଜନ

ଯାଜପୁର: ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁର କୁମ୍ଭକାର ସାହିସ୍ଥିତ ମାଆ ଗଜଲକ୍ଷ୍ମୀଙ୍କ ପୂଜାର ପୁରାଷ୍ଚ୍ରନ କର୍ମ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି।କୋଭିଡ଼ ନିୟମକୁ ମାନି ଶ୍ରୀଯୁକ୍ତ ଅର୍ଜୁନ ଚରଣ ସାହୁ ଓ ପ୍ରତିମା ସାହୁଙ୍କ ତତ୍ୱାବଧାନରେ ପଣ୍ଡିତ ଉମେଶ ଚନ୍ଦ୍ର ମିଶ୍ର ଓ ଭାରତ ଭୂଷଣ ମିଶ୍ର ଏହିକାର୍ୟ ସମ୍ପାଦନା କରିଥିଲେ।ଦୈନିକ ନୀତିକାନ୍ତିକୁ ଆଖିଆଗରେ ରଖି ପ୍ରାତଃ ସୂର୍ଯ୍ୟ ପୂଜା,ଗୁରୁଗୋବିନ୍ଦ ପୂଜା,ଦେବୀଉପଚାର ପୂଜନ,ବାଳ ଧୂପ, ବାଲ୍ୟଭୋଗ,ମଇଲମ,ତଡ଼ପଲାଗି,ଦୈନିକ ବେଶ,କୁଶାଣ୍ଡି କର୍ମ,ଦେବୀ ନିରାଜନ ଆଦି କରାଯାଉଥିବାର ଦେଖିବାକୁ ମିଳିଛି।ଅଷ୍ଟ ଦିବସିୟ ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଶିବ ଚରଣ ସାହୁ,ରବି ନାରାୟଣ ସାହୁ,ଅଜୟ କୁମାର ସାହୁ, ଶେଖର ସାହୁ,ଆଲୋକ ସାହୁ,ବ୍ରଜ କିଶୋର ସାହୁ ଆଦି ସହଯୋଗ କରୁଥିବାର ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking