28.1 C
Bhubaneswar
Thursday, May 2, 2024
Homeଓଡିଶାକରୋନା ସେନ୍ଟରରେ ଯୌନ ନିର୍ଯ୍ୟାତନା ଘଟଣା : ବଲାଙ୍ଗିରରେ ହାଥରସ୍ ଘଟଣାର ପୁନାରାବୃତ୍ତି ହୋଇଛି- ନରସିଂହ

କରୋନା ସେନ୍ଟରରେ ଯୌନ ନିର୍ଯ୍ୟାତନା ଘଟଣା : ବଲାଙ୍ଗିରରେ ହାଥରସ୍ ଘଟଣାର ପୁନାରାବୃତ୍ତି ହୋଇଛି- ନରସିଂହ

ବଲାଙ୍ଗିର,(ଦେବାଶିଷ ମିଶ୍ର)- ବଲାଙ୍ଗିର କରୋନା ସେନ୍ଟରରେ ଜଣେ ଦଳିତ ମହିଳା ନିର୍ଯ୍ୟାତନା ର ଶିକାର ହୋଇଥିବା ବେଳେ ବଲାଙ୍ଗିର ପୋଲିସ ପ୍ରଶାସନ ଉକ୍ତ ଘଟଣାକୁ ଚାପି ଦେବା ଉଦ୍ୟମ କରିବାକୁ ବଲାଙ୍ଗିର ରେ ହାଥରସ ଘଟଣାର ପୁନାରାବୃତ୍ତି ହୋଇଛି ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । ଗତକାଲି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗିର ରେ ଭୁଷୁଡି ପଡିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଗରଜି ଥିଲେ । ପ୍ରତି ଦିନ ସହରରେ କିଛି ନା କିଛି ଅପରାଧିକ କାର୍ଯ୍ୟାକଳାପ ହେଉଥିବା ବେଳେ ପୋଲିସ ଜନସାଧାରଣଙ୍କ ସୁରକ୍ଷା ପ୍ରତି ଧ୍ୟାନ ନଦେଇ ବିଭିନ୍ନ ଘଟଣାରେ ସାଲିସ କରି କେବଳ ଟଙ୍କା ରୋଜଗାର କରିବାର ବ୍ୟସ୍ତ ରହୁଛି । ଅନେକ ଘଟଣାରେ ପ୍ରମାଣକୁ ପ୍ରଭାବିତ କରିବା ସହ ଅପରାଧୀଙ୍କ ସହାୟକ ପାଲଟୁଛି । ତେବେ ସେପ୍ଟେମ୍ବର ୪ ତାରିଖରେ ଘଟିଥିବା ବଲାଙ୍ଗିର କରୋନା କେଆର ସେନ୍ଟରରେ ଦଳିତ ମହିଳା ଉପରେ ଜଣେ ଆୟୁଶ ଡାକ୍ତରଙ୍କ ଯୌନନିର୍ଯ୍ୟାତନା ଘଟଣାକୁ ଉଦ୍ଧାର କରି ସେ କହିଥିଲେ ଯେ ଏହି ଘଟଣାରେ ବଲାଙ୍ଗିର ପୋଲିସ ର କାର୍ଯ୍ୟାକଳାପକୁ ଦେଖିଲେ ମନେ ହୁଏ ବଲାଙ୍ଗିରରେ ୟୁପି ର ବହୁଚର୍ଚ୍ଚିତ ହାଥରସ ଘଟଣାର ପୁନାରୁବୃତ୍ତି ହୋଇଛି । ହାଥରସ ଘଟଣାରେ ଯେପରି ପୋଲିସ ପ୍ରଶାସନର ଭୁମିକା ସନ୍ଦେହାପୁର୍ଣ୍ଣ ଥିଲା । ପୋଲିସ ପ୍ରସାଶନ ପିଡିତା ତଥା ପରିବାର ବର୍ଗଙ୍କୁ ସୁରକ୍ଷା ଦେବା ପରିବତ୍ତେ ପ୍ରମାଣ ନଷ୍ଟ କରି ଦୁର୍ବୁତ୍ତ ମାନଙ୍କୁ ସହାୟକ ହେଉଥିଲ।। ଠିକ ସେହିପରି ବଲାଙ୍ଗିର କୋଭିଡ କେଆର ସେଣ୍ଟର ମଧ୍ୟ ଏକ ସମାନ ଘଟଣା ଘଟିଯାଇଛିି । ଏହା ବଲାଙ୍ଗିର ରେ ହାଥରସ୍ ଘଟଣାର ପୁନାରାବୃତ୍ତି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଗତ ଅଗଷ୍ଟ ୩୧ ତାରିଖରେ କରୋନା ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ଦଳିତ ମହିଳାଙ୍କ ଉପରେ ସେପ୍ଟେମ୍ବର ମାସ ୪ ତାରିଖରେ ଜଣେ ଆୟୁଶ ଡାକ୍ତରଙ୍କ ଦ୍ୱାରା ଯୌନନିର୍ଯ୍ୟାତନା ଦିଆ ଯାଇଥିଲା । ମହିଳା ପାଟି କରିବାରୁ ଡାକ୍ତର ବାବୁଙ୍କୁ ଉପସ୍ଥିତ ପରିଜନ ମାନେ ପ୍ରବଳ ମାଡ ମାରିଥିଲେ । ପରେ ପୋଲିସ କୁ ଜିମା ଦେଇଥିଲେ । ପୋଲିସ ପ୍ରବଳ ଚାପ ପ୍ରୟୋଗ କରି ମାମଲାକୁ ଚାପି ଦେବା ଉଦ୍ୟମ କରିଥିଲା ।ଏପରିକି ପିଡିତାଙ୍କ ଠାରୁ ଏଭଳି କିଛି ହୋଇନାହିଁ ବୋଲି ଲିଖିତ ନେଇଯାଇଥିବା ମଧ୍ୟ ଅଭୀଯୋଗ ହୋଇଛି । ଯୋଉଠି ଡାକ୍ତର ଖୋଦ ଚିକିତ୍ସିତ ମହିଳାଙ୍କ ପାଖକୁ ଯାଇଥିବା ଓ ପରେ ତଳକୁ ଆସିବା ପରେ ଲୋକେ ଅସଦାଚରଣ ଅଭୀଯୋଗରେ ପ୍ରବଳ ବାଡାଇଥିବା ସ୍ୱୀକାର ମଧ୍ୟ କରିଥିଲେ । ସମାନ କଥା ସେନ୍ଟର ଅଧୀକାରୀ ଡା. ଉଦଗାତା ଦେଇଥିବା ସରକାରି ରିପୋର୍ଟରେ ମଧ୍ୟ ଉଲ୍ଲଖିତ ରହିଛି ।
ତେବେ ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଯଦି ପ୍ରକୃତରେ କିଛି ହୋଇ ନଥିଲା ତେବେ , କାହିକିଁ ଠିକ ପରଦିନ ଅର୍ଥାତ ୫ ତାରିଖ ସକାଳୁ ପିଡିତା ଜଣକ ତାଙ୍କର ଚକିତ୍ସା ସଂପୁଣ୍ଣ ହୋଇ ନଥିବା ସ୍ଥଳେ ଅନୁରୋଧ ପୁର୍ବକ କୋଭିଡ ସେନ୍ଟର ଛାଡି ଚାଲି ଯାଇଥିଲେ । ଆହୁରି କରୋନା ସମୟରେ କାର୍ଯ୍ୟରତ ଡାକ୍ତରଙ୍କୁ ସରକାର କରୋନା ଯୋଦ୍ଧା ବୋଲି ସରକାର ଘୋଷଣା କରିଛନ୍ତି । ତାଙ୍କ କାମ ରୋକିବା କିମ୍ବା ତାଙ୍କୁ ଆଘାତ ଦେବା ଆଇନ ଅନୁଯାୟୀ ଦଣ୍ଡନିୟ ଅପରାଧ ଅଟେ । ଡାକ୍ତର ଯଦି କିଛି ନକରି ତାଙ୍କୁ ମାଡ ହୋଇଥିଲା ତେବେ ପୋଲିସ ପ୍ରସାସନ ଆକ୍ରମଣ କାରିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ କାହିଁକି ବୋଲି ଶ୍ରି ମିଶ୍ର ଗୃହରେ ପ୍ରଶ୍ନ କରିଥିଲେ । ଏହା ସ୍ପଷ୍ଟ ପ୍ରମାଣ କରୁଛି ଯେ ଡାକ୍ତର ଜଣକ ପିଡିତା ଉପରେ ଅସଦାଚରଣ କରିଥିଲେ । ପିଡିତା ପାଟି କରିବାରୁ ଲୋକେ ଡାକ୍ତରଙକୁ ପ୍ରବଳ ମାଡ ମାରିଥିଲେ । ପରେ ଡାକ୍ତରଙ୍କୁ ଥାନାକୁ ଆଣିବା ପରେ , ପିଡିତା ଓ ପରିବାର ବର୍ଗଙ୍କ ଉପରେ ପ୍ରବଳ ଚାପ ପ୍ରୟୋଗ କରି ଏଭଳି କିଛି ହୋଇନଥିବା ଲେଖାଇ ନେଇଯାଇଥିଲେ । ପିଡିତାଙ୍କ ପ୍ରତି ହୋଇଥିିବା ଏହି ଆସୁରିକ ଘଟଣାକୁ ଚାପି ଦେବା ପାଇଁ ସାରା ପୋଲିସ ପ୍ରସାସନ ଲାଗି ପଡିଥିଲେ । ତେବେ ଆଦର୍ଶ ଥାନା ପୋଲିସ ଆଇଆଇସି, ଏସଡିପିଓ ଓ ଏସପିଙ୍କ ହାତ ରହିଥିବା ଶ୍ରୀ ମିଶ୍ର କହିଛନ୍ତି । ଆହୁରି ଉକ୍ତ ଡାକ୍ତରଙ୍କୁ ବେଆଇନ ଭାବେ ଚାକିରି ଦେବା ସହ ଏହି ଘଟଣାକୁ ଚାପି ଦେବାରେ ବଲାଙ୍ଗିର ସିଡିଏମଓ ମଧ୍ୟ ସାମିଲ ଅଛନ୍ତି । ଉପରୋକ୍ତ ସମସ୍ତ ପଦାଧୀକାରି ବିଭିନ୍ନ ଘଟଣାରେ ବେଆଇନ କାଯ୍ୟରେ ଲିପ୍ତ ଥିବା ଯୋଗୁଁ ଜିଲ୍ଲାରେ ଆଇନ ଶୃଙ୍ଖଳା ବାଧାପ୍ରାପ୍ତ ହେଉଛି । ତେଣୁ ଏମାନଙ୍କ ତୁରନ୍ତ ବଦଳି କରାଯିବା ସହିତ ଏହି ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନରସିଂହ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking