27.1 C
Bhubaneswar
Thursday, April 25, 2024
Homeଓଡିଶାଯୁବ ଖ୍ରୀଷ୍ଟିଏନ ସୋସାଇଟିର ବିକ୍ଷୋଭ ଓ ସ୍ମାରକ ପତ୍ର ପ୍ରଦାନ

ଯୁବ ଖ୍ରୀଷ୍ଟିଏନ ସୋସାଇଟିର ବିକ୍ଷୋଭ ଓ ସ୍ମାରକ ପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍ତରପ୍ରଦେଶ ହଥରସ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାର ବିରୋଧରେ କଲେଜ ଛକ ସ୍ଥିତ ଯୁବ ଖ୍ରୀଷ୍ଟିଏନ ସୋସାଇଟି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛି । ଏହି ପତ୍ର ରେ ହଥରସ ଗଣ ଧର୍ଷଣ ଓ ହତ୍ୟାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ବର୍ବର ଘଟଣା ପାଇଁ ଦାୟୀ ସମସ୍ତ ବ୍ୟକ୍ତିଙ୍କ ଉପରେ ଦୃଢ ପଦେକ୍ଷପ ନେବା ପାଇଁ ଦାବୀ କରାଯାଇଛି । ଆହୁରି ଦେଶରେ ଦିନ କୁ ଦିନ ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢି ବଢି ଚାଲୁଥିବା ବେଳେ ଦୋଷିଙ୍କ ଉପରେ କାର୍ଯ୍ୟାନୁଷ୍ଟାନ ସଂଖ୍ୟା କମିବାରେ ଲାଗିଛି , ଯାହା ଅତ୍ୟନ୍ତ ଚିନ୍ତା ଜନକ ବିଷୟ । ତେଣୁ ଯୌନ ନିର୍ଯ୍ୟାତନାକୁ ରୋକିବା ଦିଗରେ ପ୍ରଧାନମନ୍ତ୍ରୀ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସୋସାଇଟି ଦାବୀ କରିଛି । ଗତ କାଲି ସନ୍ଧ୍ୟାରେ ସ୍ଥାନିୟ ଜିଲ୍ଲାପାଳ କାର୍ଯ୍ୟାଳୟ ସାମନାରେ ସୋସାଇଟି ର ଅନେକ ସଦଶ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନାରୀଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ଦାବୀ କରିଥୀବା ବେଳେ ଆଜି ସଂନ୍ଧ୍ୟାରେ ସୋସାଇଟି ତରଫରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପ୍ତ୍ ଡ୍ରଦାନ କାରାଯାଇଥିବା ସୁଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking