27.1 C
Bhubaneswar
Monday, May 13, 2024
Homeଅପରାଧପତ୍ନୀଙ୍କୁ ଶିକ୍ଷା ଦେବା ପାଇଁ ନିଜ ଜନ୍ମ କଲା ପୁଅକୁ ହତ୍ୟା କରିଦେଲା ବାପା

ପତ୍ନୀଙ୍କୁ ଶିକ୍ଷା ଦେବା ପାଇଁ ନିଜ ଜନ୍ମ କଲା ପୁଅକୁ ହତ୍ୟା କରିଦେଲା ବାପା

ନୂଆଦିଲ୍ଲୀ: ଜନ୍ମ କଲା ବାପା ହତ୍ୟା କଲା ପୁଅକୁ । ପତ୍ନୀଙ୍କୁ ଶିକ୍ଷା ଦେବା ପାଇଁ ନିଜ ଜନ୍ମ କଲା ପୁଅକୁ ହତ୍ୟା କରିଦେଲା ବାପା । ଏପରି ଏକ ଘଟଣା ଘଟିଛି ଦିଲ୍ଲୀରେ । ବର୍ବର ଆଉ ବିଭତ୍ସ…ଯେତେ ନିନ୍ଦା କଲେ ମଧ୍ୟ କମ ହେବ । ୨୯ ବର୍ଷର ଭେଣ୍‌ତିଆ ପୁଅକୁ ମାରିବା ବେଳେ କେମିତି ହାତ ଥରିଲାନି ବାପାର । ନିଜ ପତ୍ନୀଙ୍କ ସହ ବାରମ୍ବାର ଝଗଡ଼ା କାରଣରୁ ପୁଅକୁ ମାରିବାକୁ ନିଷ୍ପତ୍ତି ନେଇଥିଲା ଅଭିଯୁକ୍ତ ବାପା । ସୂଚନା ଅନୁସାରେ ପାଖାପାଖି ତିନିରୁ ଚାରି ମାସ ତଳେ ଏହି ହତ୍ୟାକାଣ୍ଡର ଯୋଜନା କରିଥିଲା ବାପା । ଅଭିଯୁକ୍ତ ରଙ୍ଗଲାଲର ବୟସ ୫୪ ବର୍ଷ । ଫେବୃଆରୀ ୬-୭ ରାତିରେ ଅପରାଧ କରିବା ପରେ ଦିଲ୍ଲୀ ଛାଡି ପଳାଇଥିଲା ରଙ୍ଗଲାଲ । ପରେ ଜୟପୁରରୁ ଗିରଫ କରିଥିଲା ପୋଲିସ । ତେବେ ପୁଅ ବାହାଘରର ମାତ୍ର କିଛି ଘଣ୍ଟା ପୂର୍ବରୁ ହତ୍ୟା କରାଯାଇଛି ବୋଲି ସୂଚନା ମିଳିଛି । ପେସାରେ ଜିମ୍ ପ୍ରଶିକ୍ଷକ ଥିବା ଗୌରବ ସିଙ୍ଘଲଙ୍କୁ ମୁହଁ ଓ ଛାତିରେ ୧୫ ଥର ଛୁରୀ ଭୁଷି ଅତି ଅମାନୁଷିକ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ବାପା ।

ଗୌରବଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଇଥିଲା ପୋଲିସ । ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସାଉଥ ଦିଲ୍ଲୀ ଡିସିପି କହିଛନ୍ତି ଯେ ସିସିଟିଭି ଫୁଟେଜକୁ ତଦନ୍ତ କରାଯାଇଛି । ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିବା ବେଳେ ତାଙ୍କ ଫୋନ୍ ସୁଇଚ୍ ଅଫ୍ ରହିଥିଲା ପରେ ତାଙ୍କୁ ଜୟପୁରରୁ ଗିରଫ କରାଯାଇଛି । ପଚରାଉଚରା ବେଳେ ଏହା ଜଣାପଡିଛି ଯେ, ପତ୍ନୀ ଓ ପୁଅଙ୍କ ସହ ଅଭିଯୁକ୍ତ ପିତାର ସମ୍ପର୍କ ଭଲ ନଥିଲା । ଏହା ସହ ପତ୍ନୀଙ୍କୁ ଶିକ୍ଷା ଦେବା ନିମନ୍ତେ ସେ ଏହି ହତ୍ୟାକାଣ୍‌ତ ଭିଆଇଥିବା କହିଛି । ପୁଅକୁ ମାରିବା ପାଇଁ ୭୫ ହଜାର ଟଙ୍କାର ସୁପାରୀ ଦେଇ ଅନ୍ୟ ତିନି ଜଣଙ୍କୁ ମଧ୍ୟ ନିଯୁକ୍ତି ଦେଇଥିଲା ଅଭିଯୁକ୍ତ । ସୂଚନାନୁସାରେ, ହତ୍ୟା ପୂର୍ବଦିନ ରାତିରେ ବାପା-ପୁଅଙ୍କ ଭିତରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା, ଯେଉଁଥିରେ ଗୌରବ ତାଙ୍କ ପିତାଙ୍କୁ ଚାପୁଡ଼ା ମାରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ନିଜ ପୁଅକୁ ମାରି ଦେଇଥିଲା ବାପା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking