28.1 C
Bhubaneswar
Monday, May 13, 2024
Homeଓଡିଶାଝିଅର ମୃତଦେହକୁ ଜଙ୍ଗଲରେ ଫିଙ୍ଗିଦେଲେ ପରିବାର ଲୋକେ

ଝିଅର ମୃତଦେହକୁ ଜଙ୍ଗଲରେ ଫିଙ୍ଗିଦେଲେ ପରିବାର ଲୋକେ

ବଲାଙ୍ଗୀର: ଯୁଗ ଯେତେ ଆଗେଇଲେ ମଧ୍ୟ ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ବାହାରି ପାରୁନି ମଣିଷ । ଝିଅକୁ ମିଳିମିଳା ରୋଗ ହେବାରୁ ପାଖ ମାଡିଲେନି ଗାଁ ଲୋକେ । ମୃତ୍ୟୁ ପରେ ବି କେହି ମୁହଁ ଚାହିଁଲେନି । ଗ୍ରାମର ପ୍ରଥା ଅନୁସାରେ, ମିଳିମିଳା ରୋଗରେ ଝିଅର ମୃତ୍ୟୁ ହୋଇଥିବାରୁ ମୃତଦେହକୁ ଜଙ୍ଗଲରେ ଫିଙ୍ଗିଦେଲେ ପରିବାର ଲୋକେ । ଅନ୍ଧବିଶ୍ୱାସର ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସୋନପୁର ସୀମାନ୍ତ ତରଭା ବ୍ଲକର ବଡଯୋର ଗ୍ରାମରେ । ବଡଯୋର ଗ୍ରାମ ନିବାସୀ ରାଜେନ୍ଦ୍ର ଦୁଆରୀଙ୍କ ଝିଅ ସଂଯୁକ୍ତା ଦୁଆରୀ ଗତ ୩ ମାସ ହେବ ମିଳିମିଳା ରୋଗରେ ପୀଡିତ ଥିଲେ । ପରିବାର ଲୋକେ ପ୍ରଥମେ ଚିକିତ୍ସା ବଦଳରେ ରୋଗ ଦୂର କରିବା ପାଇଁ ଗ୍ରାମର ପରମ୍ପରା ଅନୁସାରେ ଗୁଣିଗାରେଡି କରିଥିଲେ । ପରେ ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରିଥିଲେ ।

ଅବସ୍ଥା ଆହୁରି ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ପରାମର୍ଶ ଦେଇଥିଲେ । ଯାହାପରେ ପରିବାର ଲୋକେ ଝିଅକୁ ବଲାଙ୍ଗୀରରେ ଘରୋଇ ନର୍ସିଂହୋମକୁ ନେଇଥିଲେ । ହେଲେ ସେଠାରେ ମଧ୍ୟ ତାଙ୍କୁ ଅନ୍ୟତ୍ର ନେବାକୁ ପରାମର୍ଶ ଦିଆଯିବା ପରେ ସେମାନେ ଝିଅକୁ ଘରକୁ ନେଇ ଫେରିଆସିଥିଲେ । ପରିବାର ଲୋକେ କଟକ ବଡ ମେଡିକାଲକୁ ନେବାକୁ ଯୋଜନା କରୁଥିବା ବେଳେ ମଙ୍ଗଳବାର ରାତିରେ ଝିଅର ମୃତ୍ୟୁ ହୋଇଥିଲା । ସେପଟେ ଯୁବତୀ ରୋଗରେ ପୀଡିତ ହୋଇ ପ୍ରାଣ ହରାଇଥିବାରୁ ଗ୍ରାମବାସୀ କିମ୍ବା କେହି ସମ୍ପର୍କୀୟ ତାଙ୍କ ପାଖ ମାଡିନଥିଲେ । ଶେଷରେ ଅସହାୟ ପରିବାର ଲୋକେ ଗ୍ରାମରେ ପ୍ରଚଳିତ ପ୍ରଥା ଅନୁସାରେ ମୃତଦେହକୁ ଗାଁ ମୁଣ୍ଡରେ ଥିବା ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଏହି ଅଭାବନୀୟ ଘଟଣା ସମ୍ପର୍କରେ ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନ ଖବର ପାଇବା ପରେ ଏହାର କର୍ମକର୍ତ୍ତାମାନେ ସମ୍ପୃକ୍ତ ଗାଁ ଜଙ୍ଗଲକୁ ଯାଇ ଯୁବତୀର ମୃତଦେହକୁ ଉଦ୍ଧାର କରିଥିଲେ ଏବଂ ବିଭୂତିପଡା ଶ୍ମଶାନରେ ମୃତଦେହ ସତ୍କାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking