28.1 C
Bhubaneswar
Friday, April 26, 2024
Homeଓଡିଶାମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ

ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ଘୋଷଣା କରାଯାଇଛି । ମୃତାହତଙ୍କ ପ୍ରତି ସହାୟତା ଘୋଷଣା କରିଛି ଇଣ୍ଡିଆନ ଅଏଲ । ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଗୁରୁତର ଆହତଙ୍କୁ ୪ ଲକ୍ଷ, ଆହତଙ୍କୁ ୧ ଲକ୍ଷ ଟଙ୍କା ମିଳିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଆଇଓସିଏଲ ଏହା ଘୋଷଣା କରିଛି ।
ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ହୋଇଥିବା ବିସ୍ଫୋରଣ ଘଟଣାରେ ଏବେ ଚର୍ଚ୍ଚାରେ ରହିଛି । ଏହାରି ମଧ୍ୟରେ ବିସ୍ଫୋରଣର କାରଣ ଆଜି ସାମ୍ନାକୁ ଆସିଛି । ଫିଲିଂ ଷ୍ଟେସନରେ ଏଲପିଜି ରିଫିଲିଙ୍ଗ ବେଳେ ବିସ୍ଫୋରଣ ହୋଇଥିଲା । ଏଲପିଜି ରିଫିଲିଙ୍ଗ ବେଳେ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଥିବା ପେସୋ କହିଛି । ବିସ୍ଫୋରଣ ବେଳେ ଟାଙ୍କିରେ ୪.୫ ଟନ୍ ଏଲପିଜି ୧୦ ହଜାର ଲିଟର ପାଣି ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking