40.1 C
Bhubaneswar
Thursday, April 25, 2024
Homeଓଡିଶାନିର୍ମାଣ ଶ୍ରମିକଙ୍କ ଦାବି ନେଇ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନିର୍ମାଣ ଶ୍ରମିକଙ୍କ ଦାବି ନେଇ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝର: ବର୍ଷ ବର୍ଷ ଧରି ନିର୍ମାଣ ଶ୍ରମିକଙ୍କ ଟଙ୍କା ଶ୍ରମ କାର୍ଯ୍ୟାଳୟରେ ପଡି ରହୁଛି । ଏହା ସହ ସେମାନଙ୍କ ସହାୟତା ଯନ୍ତ୍ରାଂଶ ମଧ୍ୟ ସେମାନଙ୍କୁ ପ୍ରଦାନ କରାଯାଉନାହିଁ । ଶ୍ରମ କାର୍ଡ ଗୁଡିକର ରିନୂଆଲ ହୋଇନଥିବାରୁ ସେମାନଙ୍କ କରୋନା ରାଶି ୧୫୦୦ ଟଙ୍କା ପ୍ରଦାନ କରାଯାଇନଥିବା ଅଭିଯୋଗ କରିଛି ଓଡିଶା କ୍ଷେତବାଡ଼ି ଓ ଅନ୍ୟନ୍ୟ ନିର୍ମାଣ ମଜଦୂର ସଙ୍ଘ । ଏହି ଭଳି ଦଶ ଦଫା ଦାବି ନେଇ ସଂଗଠନ ପକ୍ଷରୁ ଆଜି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଦାବିଗୁଡିକ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସଙ୍ଘ ପକ୍ଷରୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking