34.1 C
Bhubaneswar
Thursday, May 9, 2024
Homeଲୋକସଭା ନିର୍ବାଚନ-2024ଆଜି ବାଜିବ ନିର୍ବାଚନ ବିଗୁଲ; ଲୋକସଭା ଓ ୪ ବିଧାନସଭା ପାଇଁ ହେବ ତାରିଖ ଘୋଷଣା

ଆଜି ବାଜିବ ନିର୍ବାଚନ ବିଗୁଲ; ଲୋକସଭା ଓ ୪ ବିଧାନସଭା ପାଇଁ ହେବ ତାରିଖ ଘୋଷଣା

ନୂଆଦିଲ୍ଲୀ: ଆଜି ଘୋଷଣା ହେବ ସାଧାରଣ ନିର୍ବାଚନ ତାରିଖ । ଲୋକସଭା ଓ ୪ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ । ଶନିବାର ଅପରାହ୍ନ ୩ଟାରେ ସାମ୍ବାଦିକ ସମ୍ମିଳନୀରେ ଏହି ତାରିଖ ଘୋଷଣା ହେବ । ନିର୍ବାଚନ ଆୟୋଗକଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହାର ସିଧା ପ୍ରସାରଣ ହେବ । ନିର୍ବାଚନ ତାରିଖ ଘୋଷଣା ସହ ଆସନ୍ତାକାଲିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବ ।

ଏକା ସମୟରେ ଲୋକସଭା ସହ ୪ ରାଜ୍ୟର ବିଧାନସଭା ପାଇଁ ନିର୍ବାଚନ ହେବ । ଏପ୍ରିଲ/ମେ ମାସରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡିକ ହେଲା ଅରୁଣାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ସିକ୍କିମ । ଆଜି ନିର୍ବାଚନ କମିଶନର ଭାବେ ଜ୍ଞାନେଶ କୁମାର ଏବଂ ସୁଖବୀର ସାନ୍ଧୁ ଦାୟିତ୍ୱ ଗ୍ରହଣ କରିବା ପରେ ଇସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏହି ଦୁଇ କମିଶନରଙ୍କୁ ସ୍ୱାଗତ କରିଛନ୍ତି । ଆସନ୍ତାକାଲି ଓଡି଼ଶାରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ । ତାରିଖ ଘୋଷଣା ହେବା ପରେ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିବେ । ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଜୁନ ୨୪ ତାରିଖରେ ଶେଷ ହେଉଛି ।

୨୦୧୯ ଏପ୍ରିଲ ମାସରେ ଓଡ଼ିଶାରେ ବିଧାନସଭା ନିର୍ବାଚନ ହୋଇଥିଲା । ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭାର କାର୍ଯ୍ୟକାଳ ଜୁନ ୨ରେ ଶେଷ ହେବ । ସେଠାରେ ଏପ୍ରିଲ ୨୦୧୯ରେ ନିର୍ବାଚନ ହୋଇଥିଲା । ଆନ୍ଧ୍ରପ୍ରଦେଶ ବିଧାନସଭା କାର୍ଯ୍ୟକାଳ ୧୧ ଜୁନରେ ଶେଷ ହେବ । ସେଠାରେ ଏପ୍ରିଲ ୨୦୧୯ରେ ନିର୍ବାଚନ ହୋଇଥିଲା । ବର୍ତ୍ତମାନର ଲୋକସଭାର କାର୍ଯ୍ୟକାଳ ଜୁନ୍ ୧୬ରେ ଶେଷ ହେବ । ଗତଥର ମାର୍ଚ୍ଚ ୧୦ରେ ଲୋକସଭା ନିର୍ବାଚନ ଘୋଷଣା କରାଯାଇଥିଲା ଏବଂ ଏପ୍ରିଲ ୧୧ରୁ ସାତୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା । ମେ ୨୩ରେ ଭୋଟ ଗଣନା ହୋଇଥିଲା । ଲୋକସଭା ନିର୍ବାଚନକୁ ନେଇ ଏବେ ସରଗରମ ରହିଛି ଦେଶର ରାଜନୀତି । ତାରିଖ ଘୋଷଣା ହେବା ପୂର୍ବରୁ ବିଜେପି ୨ ଥର ପ୍ରାର୍ଥୀ ତାଲିକା ଜାରି କରିସାରିଛି । କଂଗ୍ରେସ ମଧ୍ୟ କିଛି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେବେ କୌଣସି ଦଳ ଓଡ଼ିଶା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାନ୍ତି । ଓଡ଼ିଶାରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ପାଇଁ କଷରତ ଚାଲିଥିବାରୁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking