35.1 C
Bhubaneswar
Tuesday, May 21, 2024
Homeଅପରାଧସାନ ଭାଇର ଭୁଲ ପାଇଁ ବଡ଼ ଭାଇକୁ ଜୀଅନ୍ତା ଜାଳିଦେଲେ

ସାନ ଭାଇର ଭୁଲ ପାଇଁ ବଡ଼ ଭାଇକୁ ଜୀଅନ୍ତା ଜାଳିଦେଲେ

ହାଇଦ୍ରାବାଦ୍‌: ସାନ ଭାଇର ଭୁଲ ପାଇଁ ବଡ଼ ଭାଇକୁ ଜୀଅନ୍ତା ଜାଳିଦେଲେ । ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ଚିତ୍ତୋର ଜିଲ୍ଲାରେ । ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ନିସ୍ତୁକ ପିଟିଲେ । ତାପରେ କାର ଭିତରେ ବାନ୍ଧି ପକାଇଦେଲେ । ଆଉ କାର ଉପରେ ପେଟ୍ରୋଲ ଢ଼ାଳି ସେଥିରେ ନିଆଁ ଲଗାଇଦେଲେ । କାର ଭିତରେ ଅସହାୟ ଅବସ୍ଥାରେ ସେ ଯେତେ ଚିତ୍କାର କଲେ ବି କେହି ଶୁଣିନଥିଲେ । ଶେଷରେ ଜୀଅନ୍ତା ଜଳିଗଲେ । ସେତିକିରେ ଲୋକଙ୍କ ମନ ଶାନ୍ତି ହେଲାନି ଯେ, କାରକୁ ଏକ ଖାଇ ଭିତରକୁ ପେଲି ପକାଇଦେବାକୁ ଚେଷ୍ଟା କରିଥିଲେ । ହେଲେ ପାରିଲେନି । ତେବେ ପୁରା ଘଟଣାଟି ହେଲା, ନାଗରାଜୁ (ବଡ଼) ଏବଂ ପୁରୁଷୋତ୍ତମ (ସାନ) ହେଉଛନ୍ତି ଦୁଇ ଭାଇ ।

ଜଣେ ବିବାହିତ ମହିଳାଙ୍କ ସହ ପୁରୁଷୋତ୍ତମଙ୍କର ଅନୈତିକ ସମ୍ପର୍କ ରହିଥିଲା । କୌଣସି ଏକ କାରଣରୁ ମହିଳାଙ୍କ ପରିବାର ଲୋକ ଏହା ଜାଣିବାକୁ ପାଇଥିଲେ । ଏହା ଜାଣିବା ପରେ ସେମାନେ ରକ୍ତ ଚାଉଳ ଚୋବାଇଥିଲେ । ପୁରୁଷୋତ୍ତମଙ୍କ ଏହି ସମ୍ପର୍କକୁ ସେମାନେ ଗ୍ରହଣ କରିବାକୁ ନାରାଜ ଥିଲେ । ପରିବାରରେ ଏଥିପାଇଁ ବଡ଼ ଅଶାନ୍ତି ଦେଖାଦେଇଥିଲା । ତେଣୁ ପୁରୁଷୋତ୍ତମଙ୍କ ବଡ଼ ଭାଇ ନାଗରାଜୁଙ୍କୁ ଏହି ମାମଲାର ସମାଧାନ ପାଇଁ ମହିଳାଙ୍କ ପରିବାର ଲୋକ ଡକାଇଥିଲେ । ହେଲେ ଦୁର୍ଭାଗ୍ୟବଶତଃ ବଡ଼ ଭାଇ ନାଗରାଜୁ ମାମଲାର ସମାଧାନ କରିବାରେ ବିଫଳ ହେଲେ । ମହିଳାଙ୍କ ପରିବାର ଲୋକଙ୍କ ସହ ଏକ ଅଜଣାସ୍ଥାନକୁ ଆଲୋଚନା ପାଇଁ ଆସିଥିଲେ ନାଗରାଜୁ । ଆଲୋଚନାରେ ମାମଲାର ସମାଧାନ ପରିବର୍ତ୍ତେ ପୁରା ମାହୋଲ ବିଗିଡ଼ିଯାଇଥିଲା । ଯାହାଫଳରେ ମହିଳାଙ୍କ ପରିବାର ଲୋକ ରାଗିଯାଇଥିଲେ । ଆଉ ରାଗିଯାଇ ନାଗରାଜୁଙ୍କୁ ମିଳିତ ଭାବେ ସେହି ନିର୍ଜନ ସ୍ଥାନରେ ନିର୍ଧୁମ ପିଟିଥିଲେ । ଶେଷରେ ତାଙ୍କୁ ବାନ୍ଧି କାର ଭିତରେ ପକାଇଥିଲେ ।

ଆଉ ଚାରିପଟୁ ଡୋର ଦେଇଦେଲେ । କାର ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ । କାର ଭିତରେ ନାଗରାଜୁ ଯେତେ ଚିତ୍କାର କଲେ ବି କେହି ଶୁଣିନଥିଲେ । ସେତିକିରେ ମହିଳାଙ୍କ ପରିବାର ଲୋକଙ୍କ ମନ ଶାନ୍ତି ହୋଇନଥିଲା ଯେ, କାରକୁ ଠେଲି ଠେଲି ଏକ ଖାଲ ଭିତରକୁ ପକାଇଦେବାକୁ ଚେଷ୍ଟା କରୁଥିଲେ । ଯେମିତିକି କାର ସହ ମୃତଦେହ ବି କାହାକୁ ମିଳିବ ନାହିଁ । ହେଲେ ଏକ ବଡ଼ ପଥର ଏଥିରେ ବାଧା ଦେଇଥିଲା । ଯେଉଁଥିପାଇଁ କାରଟି ଅଧାରେ ଅଟକି ଯାଇଥିଲା । ଘଟଣାସ୍ଥଳ ପାଖାପାଖି ଯିବା ଆସିବା କରୁଥିବା ଲୋକ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର ଭିତରୁ ଅର୍ଦ୍ଧଦଗ୍ଧ ପୁରୁଷୋତ୍ତମଙ୍କୁ ଉଦ୍ଧାର କରିଥିଲେ । ହେଲେ ତାଙ୍କ ଶରୀର ସେତେବେଳକୁ ପ୍ରାୟତଃ ଜଳିସାରିଥିଲା । ତେଣୁ ତାଙ୍କର ଜୀବନ ଚାଲିଗଲା । ପୋଲିସ ଏହି ଘଟଣାରେ ମହିଳାଙ୍କ ପରିବାରର ଜଣଙ୍କୁ ଗିରଫ କରିଛି । ଏହାସହ ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି ସେନେଇ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking