32.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଇଭିଏମ୍ ଉପରେ ରୋକ୍ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ଇଭିଏମ୍ ଉପରେ ରୋକ୍ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ:  ଆଗାମୀ ନିର୍ବାଚନରେ ଇଭିଏମ୍ ବ୍ୟବହାରକୁ ବନ୍ଦ କରିବା ସହ ବ୍ୟାଲଟ୍ ପେପର୍‌ର ପୁନଃ ପ୍ରଚଳନ ପାଇଁ ନିର୍ବାଚନ କମିଶନ୍‌କୁ ନିର୍ଦ୍ଦେଶ ଦେବାକୁ କରାଯାଇଥିବା ଏକ ପିଟିସନ୍‌କୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ସିଆର୍ ଜୟ ସୁକିନ୍ ନାମକ ଜଣେ ଓକିଲଙ୍କ ପକ୍ଷରୁ କରାଯାଇଥିବା ଏ ସମ୍ପର୍କୀତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ମୁଖ୍ୟ ବିଚାରପତି ଡିଏସ୍ ପଟେଲ୍ ଓ ବିଚାରପତି ଜ୍ୟୋତି ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାକୁ ଗୁଜବ ଓ ଆଧାରହୀନ ଅଭିଯୋଗ ବୋଲି କହିବା ସହ ଦିଲ୍ଲୀ ଷ୍ଟେଟ୍ ଲିଗାଲ୍ ସର୍ଭିସେସ୍ ଅଥରିଟିଙ୍କ ନିକଟରେ ୪ ସପ୍ତାହ ମଧ୍ୟରେ ୧୦ ହଜାର ଟଙ୍କା ଜମା କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଖଣ୍ଡପୀଠ କହିଛନ୍ତି, ଇଭିଏମ୍‌ର କାର୍ଯ୍ୟକାରିତା ସମ୍ପର୍କରେ ଆବେଦନକାରୀ (ସୁକିନ୍‌) ଠିକ୍ ଭାବେ ଯୁକ୍ତି ରଖିବାରେ ଅସମର୍ଥ ହୋଇଥିବାରୁ ଏହା ଉପରେ ବିଚାର କରିବାର କୌଣସି କାରଣ ଦେଖୁନାହୁଁ । ୪ଟି ଡକ୍ୟୁମେଣ୍ଟକୁ ଆଧାର କରି ସୁକିନ୍ ତାଙ୍କ ପିଟିସନ୍ ଦାଏର କରିଥିଲେ । ଏହା ମଧ୍ୟରୁ ଗୋଟିଏ ମିଡିଆରେ ପ୍ରକାଶିତ ଖବର ଆଧାରରେ ହୋଇଥିବା ବେଳେ ଅନ୍ୟ ତିନିଟି ପୂର୍ବରୁ ସେ ସୁପ୍ରିମକୋର୍ଟରେ କରିଥିବା ଆବେଦନ ସମ୍ବନ୍ଧିତ । ଆବେଦନକାରୀଙ୍କର ଇଭିଏମ୍ ଉପରେ କୌଣସି ଜ୍ଞାନ ନଥିବା ବେଳେ ଇଭିଏମ୍‌କୁ ନଦେଖି ଏବଂ ଏହାର କାର୍ଯ୍ୟକାରିତା ସମ୍ପର୍କରେ ନଜାଣି ସେ ଏହି ଆବେଦନ କରିଛନ୍ତି ବୋଲି କୋର୍ଟ କହିଛନ୍ତି । ଏହା ଉପରେ ଅଧିକ ରିସର୍ଚ୍ଚ କରିବା ପରେ ନୂଆ ପିଟିସନ୍ ଦାଏର କରିବାକୁ ସେ ଆବେଦନକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking