14.1 C
Bhubaneswar
Friday, January 10, 2025
Homeଓଡିଶାବଦଳିପାରେ ସ୍କୁଲ୍ ଖୋଲିବା ନିଷ୍ପତି

ବଦଳିପାରେ ସ୍କୁଲ୍ ଖୋଲିବା ନିଷ୍ପତି

ଭୁବନେଶ୍ୱର : ରାଜ୍ୟରେ ସ୍କୁଲ୍ ଖୋଲିବା ନିଷ୍ପତି ବଦଳିପାରେ । ବଦଳିପାରେ ସ୍କୁଲ୍ ଖୋଲିବା ନିଷ୍ପତି । ଏ ନେଇ ସୂଚନା ଦେଲେ ଡିଏମ୍‌ଇଟି ରମାରମଣ ମହାନ୍ତି । ପୂର୍ବ ସ୍ଥିତି ଦେଖି ସରକାର ସ୍କୁଳ୍ ଖୋଲିବା ନିଷ୍ପତି ନେଇଥିଲେ । ରାଜ୍ୟରେ ଧିରେ ଓମିକ୍ରନ୍ ଆକ୍ରାନ୍ତଙ୍କ ବଢ଼ୁଛି । ପୂର୍ବରୁ ୮ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶା ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ସ୍କୁଲ ଖୋଲିବାକୁ ନେଇ ରାଜ୍ୟ ସରକାର ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ବୋଲି ଡିଏମଇଟି ରମାରମଣ ମହାନ୍ତି କହିଛନ୍ତି । ତେବେ କରୋନା ଯୋଗୁଁ ପାଠପଢ଼ା ଅଧିକ ପ୍ରଭାବିତ ହୋଇଛି ।

ଏହାରି ମଧ୍ୟରେ ରାଜ୍ୟରେ ଜାନୁଆରୀ ୩ରୁ ପ୍ରାଥମିକ ସ୍କୁଲ ଖୋଲିବାକୁ ଯାଉଛି ବୋଲି ଗତକାଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ୩ ତାରିଖରୁ ଖୋଲିବ । ୩ ତାରିଖରୁ ରାଜ୍ୟରେ ୨୭ ହଜାର ସ୍କୁଲ ଖୋଲିବ । ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ଚାଲିବ । ଏହା ସହ ଯେଉଁ ସ୍କୁଲରେ ସମ୍ମେଟିଭ ପରୀକ୍ଷା ହେବ, ସେଠାରେ ସ୍କୁଲ ୧୦ରୁ ଖୋଲିବ । କୋଭିଡ ଗାଇଡଲାଇନ ମାନି ସ୍କୁଲ ଖୋଲିବ ଓ ପାଠପଢ଼ା ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି ।

ଗଣଶିକ୍ଷା ବିଭାଗ ପକ୍ଷରୁ ଜାରିହେଲା ଏସ୍‌ଓପି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking