31.1 C
Bhubaneswar
Friday, May 1, 2026
Homeଓଡିଶାଟ୍ରକକୁ ଧକ୍କା ଦେଲା ଟ୍ରଲର : ଡ୍ରାଇଭର ଗୁରୁତର

ଟ୍ରକକୁ ଧକ୍କା ଦେଲା ଟ୍ରଲର : ଡ୍ରାଇଭର ଗୁରୁତର

ବାଲେଶ୍ୱର : ରାସ୍ତା  ପାଶ୍ୱର୍ରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଲା ଦେଇଛି ଟ୍ରଲର । ବାଲେଶ୍ୱର ଜିଲ୍ଲା  ବସ୍ତା ଥାନା  ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ନିକଟରେ ଆଜି ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଟ୍ରଲର ଡ୍ରାଇଭର କ୍ୟାବିନରେ ଚାପି ହୋଇ ଗୁରୁତର ହୋଇଛନ୍ତି। ଆଜି ଭୋର ସମୟରେ ରାଜଘାଟ ନିକଟରେ ଏକ ଟ୍ରକ୍ ରାଜପଥ ପାର୍ଶ୍ୱରେ ଛିଡ଼ା ହୋଇଥିଲା। ପଶ୍ଚିମବଙ୍ଗ ପଟୁ ବାଲେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରଲର ଟ୍ରକ୍‌ଟିକୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଟ୍ରଲରର କ୍ୟାବିନ୍ ଟ୍ରକ୍ ଡାଲାରେ ଧକ୍କା ହୋଇ ଚାପି ହୋଇ ଯାଇଥିଲା। ଫଳରେ ଟ୍ରଲର ଡ୍ରାଇଭର ଦୀର୍ଘ ସମୟ କ୍ୟାବିନରେ ଚାପି ହୋଇ ଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ବହୁ ପରିଶମ୍ର ପରେ କ୍ୟାବିନ କାଟି ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ବାହାର କରାଯାଇଥିଲା।ଘଟଣା ସ୍ଥଳରେ ବସ୍ତା ପୁଲିସ ପହଞ୍ଚି ଅଧିକ ତଦନ୍ତ କରୁଛି । ଘନ କୂହୁଡି ଯୋଗୁ ରାସ୍ତା ଦିଶୁ ନଥିବାରୁ ଦୁର୍ଘଟଣା ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking