ବିନା ଭକ୍ତରେ ପାଳିତ ହେଲା ବୁଢା ରଜାଙ୍କ ଦଶହରା ଉତ୍ସବ

କୋକସରା:ପ୍ରତିବର୍ଷ ଧୁମ୍ ଧାମରେ ପାଳନ କରାଯାଏ ବୁଢା ରାଜା ଙ୍କ ବାର୍ଷିକ ଦଶହରା ପର୍ବ, ହେଲ ଏଥିରେ ଦାଉ ସାଜିଲା କରୋନା ମହାମାରୀ । ଏ ବର୍ଷ ଶ୍ରୀଶ୍ରୀବୁଢ଼ାରଜା ଠାକୁରଙ୍କ ଦଶହରା ଉତ୍ସବ ପାଳନ ରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କରୋନା ମହାମାରୀ ଯୋଗୁ ପ୍ରଶାସନ ତରଫରୁ ଏହି ପଦ କ୍ଷେପ ନେଇ ଆମ ପାଣି ଗ୍ରାମ ଓ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇ ମନ୍ଦିରରେ ପୂଜା ବିଧି ବିନାଭକ୍ତରେ ପୂଜକ ମାନେ ପୂଜା କରିଥିଲେ ।
ଏଠାରେ ବୁଢ଼ାରଜା ପୂଜା କମିଟି ସଭାପତି ଋତୁରାଜ ମାଝୀ ,ଆମ ପାଣି ସରପଞ୍ଚ ତିକିଚନ୍ ଧ-ମାଝୀ,ଗଙ୍ଗାଧର ନାୟକ,ଜିତୁ ପଣ୍ଡା,ତିଳୋତ୍ତମା ନାୟକ, ଏ ସମସ୍ତ ବ୍ୟକ୍ତିପୂଜାରେ ସାମିଲ ହୋଇ ସାହାଯ୍ୟ ସହଯୋଗ କରିଥିଲେ । ସମସ୍ତ ବିଧି ବିଧାନ ଅନୁସାରେ କୋଭିଡ -୧୯ ନିୟମକୁ ମାନି ବିଧି ବିଧାନ ଅନୁସାରେ ପୁଜା କାଯ୍ୟ ସମାପନ ହୋଇଥିଲା । ଏଠାରେ ନବରଙ୍ଗପୁର ଜିଲ୍ଲା ପଡୋଶୀ ଜିଲ୍ଲା ହୋଇଥିବାରୁ ଏଠାରେ ଭକ୍ତ ମାନେ ଯାତ୍ରା ଦେଖିବା ପାଇଁ ବହୁ ସମାଗମ ହୋଇଥାଏ । ଏଠାରେ ନାଟକ, ଘୁମୁରା, ମିନ୍ନା ବଜା ରେ ଭକ୍ତମାନେ ବେଶ୍ ଯାତ୍ରା ଦେଖି ଆନନ୍ଦ ନେଇଥାଆନ୍ତି । କିନ୍ତୁ ଦାଉ ସାଜିଲା କରୋନ। ମହାମାରୀ । ତେଣୁ ଏହି ଯାତ୍ରା ପାଇଁ ଭକ୍ତ ମାନେ ଦୁଃଖ ଅନୁଭବ କରିଥିଲେ ।

LEAVE A REPLY

Please enter your comment!
Please enter your name here