ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା : ନ୍ୟୁଜ ୧୮ ର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ ଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ନୂଆ ବସ ଷ୍ଟାଣ୍ଡ ବାଇପାସ୍ ରୋଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲାର କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ରହି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ଅମର ଆତ୍ମାର ସଦ୍ ଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ ଙ୍କ ବିୟୋଗ ଓଡ଼ିଆ ସାମ୍ବାଦିକତା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତପ୍ରକାଶ ପାଇଥିଲା । ସୂଚନଯୋଗ୍ୟ ସ୍ଵର୍ଗତ ପ୍ରଧାନ କରୋନା ରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଅବସ୍ଥାରେ ପ୍ରାଣ ହରାଇଥିଲେ ।

LEAVE A REPLY

Please enter your comment!
Please enter your name here