ଭୁବନେଶ୍ୱର : ସ୍ୱାମୀ ଜଣେ । ସ୍ତ୍ରୀ କିନ୍ତୁ ୫ ଜଣ । ଜଣେ ପରେ ଜଣେ ମୋଟ ୫ ଜଣଙ୍କୁ ବିବାହ କରିଥିବା ଜଣେ ସ୍ୱାମୀକୁ ପୁଲିସ ଶେଷରେ ଗିରଫ କରିଛି । ପୁଲିସ କମିଶନର ସଞ୍ଜୀପ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଘଟଣାର ପର୍ଦ୍ଧାଫାସ କରିଛନ୍ତି । ପୁଲିସ ସୂଚନା ଅନୁଯାୟୀ ଅଭିଯୁକ୍ତ ସ୍ୱାମୀ ଜଣକ ଠକେଇ କରିବାରେ ମାଷ୍ଟାର । ସେ ନିଜକୁ ଗୁଇନ୍ଦା ଇନସ୍ପେକ୍ଟର ଦର୍ଶାଇ ବାୟୋଡାଟାରେ ଦେଉଥିଲେ । ତେବେ ଜଣେ ମହିଳା ପୁଲିସ ସହ ଚାଟିଂ କରି ଦୁବାଇରୁ ଭୁବନେଶ୍ୱର ଆସି ଫସିଗଲେ । ଅଭିଯୁକ୍ତ ଜଣକ ଡିଭୋର୍ସି ଓ ବିଧବା ମହିଳାଙ୍କୁ ଟାର୍ଗେଟ କରି ଟଙ୍କା ଠକେଇ କରୁଥିଲେ । ମହିଳାଙ୍କୁ ଫସାଇ ବାହା ହେବା ପରେ ଲୋନ କରି ମଉଜ କରୁଥିଲେ । ତେବେ ଧରାପଡ଼ିବା ପୂର୍ବରୁ ବିଦେଶ ଖସିଯାଉଥିଲା । ଅଭିଯୁକ୍ତ ଜଣକ ଯାଜପୁର ଭିଙ୍ଗାରପୁରର ସତ୍ୟଜିତ ବୋଲି ସଞ୍ଜୀବ ପଣ୍ଡା କହିଛନ୍ତି । ଅଭିଯୁକ୍ତଙ୍କ ଠାରୁ ୨ ଲକ୍ଷ୧୦ ହଜାର ଟଙ୍କା, ୩ଟି କାର ଓ ବୁଲେଟ ଜବତ କରଯାଇଛି । ଏହାଛଡ଼ା ୩ଟି ବ୍ୟାଙ୍କ ଆକାଉଣ୍ଟ ସିଜ କରାଯାଇଛି । ବିବାହ ସମ୍ପର୍କିତ ଡକୁ୍ୟମେଣ୍ଟ ମଧ୍ୟ ଜବତ କରାଯାଇଛି ।