34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶସାତ ମାସ ପରେ ଆଜିଠୁ ଖୋଲିବ ସିନେମା ହଲ୍

ସାତ ମାସ ପରେ ଆଜିଠୁ ଖୋଲିବ ସିନେମା ହଲ୍

ନୂଆଦିଲ୍ଲୀ : ଆଜିଠାରୁ ଦେଶର ଅନେକ ସ୍ଥାନରେ ଖୋଲିବ ସିନେମା ହଲ, ମଲ୍ଟିପ୍ଲେକ୍ସ, ସୁଇମିଂ ପୁଲ ଏବଂ ମନୋରଞ୍ଜନ ପାର୍କ । ପ୍ରେକ୍ଷାଳୟ ଏବଂ ମଲ୍ଟିପ୍ଲେକ୍ସ ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସିନେମା ହଲରେ ପ୍ରବେଶ କରୁଥିବା ଲୋକଙ୍କୁ ସର୍ବଦା ମାସ୍କ ପିନ୍ଧିବାକୁ ପଡିବ। ସିନେମା ହଲରେ ଗୋଟିଏ ପରେ ଗୋଟିଏ ସିଟ୍ ଖାଲି ରହିବ, କେବଳ ୫୦ ପ୍ରତିଶତ ଦର୍ଶକ ଭିତରକୁ ଆସିପାରିବେ। ଭିତରର ଭେଣ୍ଟିଲେସନ ପାଇଁ ସଠିକ୍ ବ୍ୟବସ୍ଥା ଆବଶ୍ୟକ ଏବଂ ଏସିର ତାପମାତ୍ରା 23 ଡିଗ୍ରୀରୁ ଅଧିକ ରଖିବା ଆବଶ୍ୟକ । ଖାଲି ସିଟ୍ ଉପରରେ ରହିବ କ୍ରସ ମାର୍କ। ଯେଉଁ ଆସନରେ ଦର୍ଶକ ବସିବେ ନାହିଁ, ସେଥିରେ କ୍ରସ୍ ମାର୍କ ରହିବ। ସିନେମା ହଲ୍ ଭିତରକୁ ଯିବାକୁ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ରହିବା ଆବଶ୍ୟକ । ଟିକେଟ୍ କିଣିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ୍ ହେବ । ସିନେମା ହଲରେ ପ୍ରବେଶ ଏବଂ ପ୍ରସ୍ଥାନ ଗେଟ୍ ରେ ସାନିଟାଇଜ ବ୍ୟବସ୍ଥା ରହିବ ଏବଂ ପ୍ରତ୍ୟେକ ସୋ ପରେ ସିନେମା ହଲ୍ ସାନିଟାଇଜ ହେବ । ତେବେ ଓଡ଼ିଶାରେ ସିନେମା ହଲ ଖୋଲିବାକୁ ଅନୁମତି ଦେଇ ନାହାନ୍ତି ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking