17.1 C
Bhubaneswar
Friday, January 10, 2025
Homeବ୍ରେକୀଙ୍ଗନୂଆପଡାରେ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ନୂଆପଡାରେ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ନୂଆପଡା : ଆଜି ପଶ୍ଚିମ ଓଡିଶା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଛି ସମୟ ପୁର୍ବରୁ ସେ ନୂଆପଡରେ ପହଞ୍ଚି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହି ପ୍ରକଲ୍ପ ପାଇଁ ୨୦୦୦ ମହିହାରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ଭିତ୍ତିପ୍ରସ୍ତର ସ୍ଥାପନର ଦିର୍ଘ ୨୦ ବର୍ଷ ପରେ ଏହି ପ୍ରକଲ୍ପର ଲୋକାର୍ପଣ ହୋଇଛି । ସେତେବେଳେ ଏହାର ବ୍ୟୟ ଅଟକଳ ୨୧୧ କୋଟି ଥିବା ବେଳେ ଏବେ ଏହା ୧୯୨୫ କୋଟି ୬୩ ଲକ୍ଷରେ ପହଞ୍ଚିଛି ।

ଏହି ପ୍ରକଲ୍ପ ଦ୍ୱାରା ନୂଆପଡା ଜିଲ୍ଲାର ୮୯ ଟି ଗାଁ ଏବଂ ବଲାଙ୍ଗିରର ୧୯ ଟି ଗାଁ ଜଳସେଚିତ ହୋଇପାରିବ । ଲୋୟର ଇନ୍ଦ୍ର ପକଲ୍ପ ପାଇଁ ପ୍ରାୟ ୧୯ ହଜାର ୯୦୦ ହେକ୍ଟର ଜମି ପାଣି ପାଇବ । ଏହାସହ ମୁଖ୍ୟମନ୍ତ୍ରୀ କୋମନା ବ୍ଲକର ତିଖାଲି ଡ୍ୟାମ ସାଇଟର ଲୋକାର୍ପଣ କରିଛନ୍ତି । ଏହି ପ୍ରକଲ୍ପ ଦ୍ୱାରା ପ୍ରାୟ ୩୦ ହଜାର ହେକ୍ଟର ଜମି ଜଳସେଚିତ ହେବା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking