29.1 C
Bhubaneswar
Tuesday, April 28, 2026
Homeଦେଶ ବିଦେଶଉତ୍ସବ ମଝିରେ ହାତୀର ଉତ୍ପାତ

ଉତ୍ସବ ମଝିରେ ହାତୀର ଉତ୍ପାତ

ନୂଆଦିଲ୍ଲୀ : ଉତ୍ସବ ମଝିରେ  ଦନ୍ତାର ଉତ୍ପାତ ଦେଖାଦେଇଛି ।  ରାଗିଯାଇ  ଦନ୍ତା  ହମଲା ମଚାଇଛି ।  ଯାହାକୁ ନାହିଁ ତାହାକୁ ଶୁଣ୍ଢରେ  ଉଠାଇ କଚାଡି ଦେଇଛି ।   ଏହି ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି  । ଏଭଳି ଘଟଣା ଘଟିଛି  କେରଳର  ମପ୍ପୁରମର । ମଙ୍ଗଳବାର  ଉତ୍ସବର  ଶେଷ ଦିନ ଥିଲା । ଏହି ଉତ୍ସବରେ ଶତାଧିକ ଲୋକ ସାମିଲ ଥିଲେ । ପାଞ୍ଚଟି ସୁସଜ୍ଜିତ ହାତୀକୁ ଅଣାଯାଇଥିଲା। ଏକତ୍ରିତ ହୋଇଥିବା ଭିଡ଼ ଭିତରେ ହାତୀମାନଙ୍କୁ ଠିଆ କରାଯାଇଥିଲା। ଏତିକି ବେଳେ ଏଥିରୁ ଗୋଟିଏ ହାତୀ ରାଗିଯାଇ ଭିଡ଼ ଉପରକୁ ମାଡ଼ି ଯାଇଥିଲା। ଏହାପରେ ଲୋକଙ୍କୁ ଆକ୍ରମଣ କରିଥିଲା। ପାଖରେ ଠିଆ ହୋଇଥିବା ମହୁନ୍ତ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଶୁଣି ନଥିଲା। ଏପରିକି ଜଣଙ୍କୁ ଶଣ୍ଢରେ ଉଠାଇ କଚାଡ଼ି ପିଙ୍ଗି ଦେଇଥିଲା ହାତୀ। କେରଳର ଏହି ମନ୍ଦିରରେ ପ୍ରତି ୬ ବର୍ଷରେ ଥରେ ଏହି ଉତ୍ସବ ପାଳନ କରାଯାଏ। ଏହି ଉତ୍ସବକୁ ଦେଖିବାକୁ ପାଇଁ ବହୁ ସଂଖ୍ୟାରେ ଲୋକେ କୋଣ ଅନୁକୋଣରୁ ଆସନ୍ତି। ଏହି ଉତ୍ସବ ବେଳେ ହାତୀମାନଙ୍କୁ ସଜେଇବା ପରମ୍ପରା ମଧ୍ୟ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking