31.1 C
Bhubaneswar
Monday, May 20, 2024
Homeଓଡିଶାରାସ୍ତା ଉପରେ ଜଳିଗଲା କାର୍‌, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ରାସ୍ତା ଉପରେ ଜଳିଗଲା କାର୍‌, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

କେନ୍ଦ୍ରାପଡା : ରାସ୍ତା ଉପରେ ଚାଲୁଥିବା ସମୟରେ ହୁତୁହୁତୁ ହୋଇ ଜଳିଗଲା କାର୍‌ । ଅଳ୍ପକେ ବର୍ତ୍ତିଲେ ୪ ଜଣ ଯାତ୍ରୀ । କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଗୋପେଇ – ପଣସୁଆ ପଡା ରାସ୍ତାର ବନ୍ଧମୁଣ୍ଡା ନିକଟରେ ଚାଲୁଥିବା ବେଳେ କାରଟି ସମ୍ପୂର୍ଣ୍ଣ ଜଳିଯାଇଛି । ଭୋଜି ଖାଇବା ପାଇଁ ୪ ଜଣ ଲୋକ ତିର୍ତ୍ତୋଲ ରୁ ନଡିଆବରେଇ ଗାଁକୁ ଆସୁଥିଲେ । ଏହି ସମୟରେ ସୁଇପ୍ଟ ଡିଜେୟାର କାରଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗାଡି ଇଞ୍ଜିନରୁ ପ୍ରଥମେ ଧୂଆଁ ବାହାରିଥିଲା । ଡ୍ରାଇଭର ଗାଡିଟି ରଖି ଦେଇଥିଲେ । ପରେ ପରେ କାର୍‌ ଟି ହୁତୁହୁତୁ ହୋଇ ଜଳି ଯାଇଥିଲା । ରାସ୍ତା ମଝିରେ ପାଣି ପକାଇବା ପାଇଁ କୈଣସି ସୁବିଧା ନଥିବାରୁ ଗାଡିଟି ସମ୍ପୂର୍ଣ୍ଣ ଜଳି ଯାଇଛି । ଖବର ପାଇ ଦମକଳ ଗାଡି ପହଞ୍ଚିବା ବେଳକୁ ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ସମସ୍ତ ୪ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking