38.1 C
Bhubaneswar
Friday, April 26, 2024
Homeଓଡିଶାପ୍ରେମିକା ଘର ବାରଣ୍ଡାରେ ପ୍ରେମିକର ଝୁଲନ୍ତା ଶବ

ପ୍ରେମିକା ଘର ବାରଣ୍ଡାରେ ପ୍ରେମିକର ଝୁଲନ୍ତା ଶବ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବିଲେଇପଦା ଫାଣ୍ଡି ଅନ୍ତଗୟତ କଣ୍ଡ୍ରା ଗ୍ରାମର ପ୍ରେମିକାର ଘର ବାରଣ୍ଡାରୁ ପ୍ରେମିକର ଝୁଲନ୍ତା ଶବ ମିଳିଛି। ମୃତ ଯୁବକଙ୍କ ପରିବାର ହତ୍ୟା ଅଭିଯୋଗ କରିଛନ୍ତି। କେନ୍ଦୁଝର ସଦର ଥାନା ମହାଦେଇଯୋଡ଼ାର କମଳାକାନ୍ତ ଖଣ୍ଡା କଣ୍ଡ୍ରା ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଅନ୍ୟ ଜାତିର ହୋଇଥିବାରୁ ଝିଅଘର ଲୋକ ଏହାକୁ ବିରୋଧ କରୁଥିଲେ ପରିକି କମଳାକାନ୍ତଙ୍କୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ବୋଲି ବାପା ଗୋଲକ ବିହାରୀ ଖଣ୍ଡା ଅଭିଯୋଗ କରିଛନ୍ତି। ଗୋଲକଙ୍କ କହିବା ଅନୁଯାୟୀ, ଦୁଇଦିନ ପୂର୍ବରୁ ମଧ୍ୟ କମଳାକାନ୍ତ କଣ୍ଡ୍ରାକୁ ଯାଇଥିଲେ। ଫେରିବା ବେଳେ ବାସୁଦେବପୁର ନିକଟରେ ତାଙ୍କ ବାଇକ୍‌ ଖରାପ ହୋଇଯିବାରୁ ବସରେ ଘରକୁ ଫେରିଥିଲେ। ଗତକାଲି ବାଇକ ଆଣିବା ପାଇଁ ଯାଇଥିଲେ।

ବର୍ଷା ହେଉଥିବାରୁ ଆସନ୍ତାକାଲି ଘରକୁ ଯିବି ବୋଲି ସାନ ଭଉଣୀକୁ ଫୋନ କରି କହିଥିଲେ। ଆଜି ସକାଳେ କମଳାକାନ୍ତଙ୍କ ଶବ ଯୁବତୀଙ୍କ ଘର ବାରଣ୍ଡାରେ ଝୁଲିଥିବା ଖବର ପାଇ ପରିବାର ଲୋକପହଞ୍ଚିଥିଲେ । ତାଙ୍କ ପୁଅକୁ ମାରି ଝୁଲାଇ ଦିଆଯାଇଛି ବୋଲି ପୁଲିସ ନିକଟରେ ଗୋଲକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ମେଡିକାଲକୁ ପଠାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣା ଉପରୁ ପରଦା ହଟିବ ବୋଲି ପୁଲିସ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking